ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅନେକ ସମୟରେ ଦମ୍ପତିଙ୍କ ଅଲଗା ହେବାର ଖବର ଆସେ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ଆଫେୟାର୍ସ, ବ୍ରେକଅପ, ବିବାହ ଏବଂ ଛାଡପତ୍ର ଭଳି ଖବର ବଢ଼ିବାରେ ଲାଗିଛି । ପ୍ରାୟତଃ ବୈବାହିକ ସମ୍ପର୍କ କିମ୍ବା ପାରସ୍ପରିକ ବୁଝାମଣାର ଅଭାବ କାରଣରୁ ଛାଡପତ୍ର ଭଳି ସମସ୍ୟା ଦେଖାଯାଇଥାଏ । କିନ୍ତୁ ବଲିଉଡରେ ଏମିତି ଜଣେ ଅଭିନେତା ଅଛନ୍ତି । ଯିଏ ବିବାହର ତିନି ବର୍ଷ ପରେ ଛାଡପତ୍ର ଦେଇଥିଲେ ।
କିନ୍ତୁ, ସେମାନଙ୍କ ଛାଡପତ୍ରର କାରଣ ରହିଥିଲା ବେଶ୍ ଅଜବ । ଏହି ବଲିଉଡ ଦମ୍ପତି କୁକୁର ପାଇଁ ନିଜ ତିନି ବର୍ଷର ବୈବାହିକ ସମ୍ପର୍କକୁ ଶେଷ କରିଦେଇଥିଲେ । ଭୋପାଳରେ ବଲିଉଡ ଅଭିନେତା ଅରୁଣୋଦୟ ସିଂହ ୧୩ ଡିସେମ୍ବର ୨୦୧୬ରେ କାନାଡାର ଲି ଏଲଟନଙ୍କୁ ବିବାହ କରିଥିଲେ । ଏହି ବିବାହ ରାଜକୀୟ ଭାବେ ସମ୍ପର୍ଣ୍ଣ ହୋଇଥିଲା । କିନ୍ତୁ, ତାଙ୍କ ବିବାହ ଅଧିକ ଦିନ ତିଷ୍ଠିପାରି ନଥିଲା।
Also Read
ଦୁର୍ଭାଗ୍ୟବଶତଃ ଏହି ବିବାହ ମାତ୍ର ୩ ବର୍ଷ ପରେ ଭାଙ୍ଗିଯାଇଥିଲା । ପରେ ନିଜେ ଅରୁଣୋଦୟ ଛାଡପତ୍ରର କାରଣ କହିଥିଲେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅରୁଣୋଦୟ ଜଣେ କୁକୁର ପ୍ରେମୀ ହୋଇଥିବାରୁ ସେ କୁକୁର ରଖିବାକୁ ପସନ୍ଦ କରୁଥିଲେ । ସେ ଅନେକ ସମୟରେ ନିଜ ପାଳିତ କୁକୁରଙ୍କ ସହିତ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରନ୍ତି । ଏହି କୁକୁରମାନେ ପ୍ରାୟତଃ ପରସ୍ପର ସହିତ ଲଢେଇ କରିବା ସହିତ ଭୁକୁଥିଲେ । ଫଳରେ ଅରୁଣୋଦୟଙ୍କ ପୂର୍ବତନ ପତ୍ନୀ ଲି ଏଲଟନ ଏହି କୁକୁରଙ୍କ ଶବ୍ଦରେ ବିରକ୍ତ ହୋଇଯାଇଥିଲେ । ତେଣୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା ।
ଏହି ଯୁକ୍ତିତର୍କ ବୃଦ୍ଧି ପାଇବା ସହ, ପରେ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହାପରେ ଅଭିନେତା ଜଣକ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ । ଅଭିନେତା ଜଣକ ଭୋପାଳର ଏକ ପରିବାର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ତାଙ୍କର ୨୦୧୯ ମସିହାରେ ଛାଡପତ୍ର ହେବା ସହିତ ତିନି ବର୍ଷର ବୈବାହିକ ସମ୍ପର୍କ ଶେଷ ହୋଇଥିଲା ।
ଅପରପକ୍ଷେ ଏହି ଅଭିନେତାଙ୍କ ଛାଡପତ୍ରକୁ ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ସେ ଆଉ ପୁନଃ ବିବାହ କରିନାହାନ୍ତି । ସେ ୪୨ ବର୍ଷ ବୟସରେ ମଧ୍ୟ ଅବିବାହିତ ଅଛନ୍ତି । ଅରୁଣୋଦୟ ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ସିକନ୍ଦର’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୧ରେ ଫିଲ୍ମ ‘ୟେ ସାଲି ଜିନ୍ଦେଗୀ’ରେ ଅଭିନୟ କରିଥିଲେ । ସେ ‘ଜିସ୍ମ ୨’, ‘ମୈଁ ତେରା ହିରୋ’, ‘ମିଷ୍ଟର ଏକ୍ସ’, ‘ବ୍ଲାକମେଲ’ ଏବଂ ‘ମହେଞ୍ଜୋଦାରୋ’ରେ ମଧ୍ୟ ନଜର ଆସିଥିଲେ ।
(ALT ବାଲାଜୀ) ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ୱେବ ସିରିଜ ‘ଅପହରଣ’ରେ ଅରୁଣୋଦୟ ସିଂହଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଏହି ଅଭିନେତା ଜଣକ ୨୦୨୬ରେ ମୁକ୍ତିଲାଭ କରିବ।କୁ ଥିବା ‘ଶ୍ରୀମାନ’ ସିନେମାରେ ନଜର ଆସିବେ ।