ନୂଆ ବିତର୍କର ସୂତ୍ରପାତ କରିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀଜର ମହଙ୍ଗା ଷ୍ଚାର
ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତା ତାଲିକାରେ ମହେଶ ବାବୁଙ୍କୁ ଗଣନା କରାଯାଉଛି। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ବିବୃତ୍ତି ଭାଇରାଲ ହେବାରେ ଲାଗିଛି ଯେ ବଲିଉଡ୍ ତାଙ୍କୁ ଟଙ୍କା ଦେଇ ପାରିବ ନାହିଁ। ଆସନ୍ତୁ ଜାଣିବା ଗୋଟିଏ ଫିଲ୍ମ ପାଇଁ ଏହି ଅଭିନେତା କେତେ ଟଙ୍କା ନିଅନ୍ତି?
ବଲିଉଡ୍କୁ ଟାର୍ଗେଟ୍ କରିଛନ୍ତି ମହେଶ ବାବୁ। ଯେଉଁଠି ତାଙ୍କୁ ରୋଜଗାର ଦିଆଯାଇ ପାରିବ ନାହିଁ ସେ ସେପରି ଏକ ଶିଳ୍ପରେ କାମ କରି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବେ ପ୍ରଶଂସକଙ୍କୁ ଖୁସି କରିବାରେ ବ୍ୟସ୍ତ। ଏପରିକି ସୁଟିଂ ଅଧାରୁ ସମୟ ବାହାର କରି ପ୍ରଶଂସକଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ମହେଶ। ପ୍ରଶଂସକମାନେ କିଭଳି ତାଙ୍କ ଉପରେ ଖୁସି ରହିବେ ସେ ନେଇ କିଛି କାମ ମଧ୍ୟ କରୁଛନ୍ତି। ଜଣେ ଏତେ ବଡ଼ ସୁପରଷ୍ଟାର ହୋଇ ପ୍ରଶଂସକଙ୍କ ପାଇଁ କାମ କରିବା କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ବୋଲି ଜଣାପଡ଼ିଛି। ଆକ୍ସନ ଷ୍ଟାର ଭାବେ ଜଣାଶୁଣା ମହେଶ […]