କରୋନା କାଳରେ ପାଠ ପଢା ହୋଇନି, ଆମେ ପରୀକ୍ଷା ଦେବୁ କେମିତି? ଆମର ଦାବି ପୂରଣ ହେଉ, ଯୁକ୍ପତ ଦୁଇ ପରୀକ୍ଷା ବାତିଲ ହେଉ ଦାବିରେ କମ୍ପିଲା ରାଜଧାନୀ
ରାଜ୍ୟର କୋଭିଡ୍ ସ୍ଥିତି ସୁଧୁରିବା ପରେ କଲେଜ ଖୋଲି ପାଢପଢା ଆରମ୍ଭ ହୋଇଥିଲା । ମାତ୍ର ଓମିକ୍ରନ ଭୟ ବଢିବା ପରେ ଗତ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଫଳରେ ସିଲାବସ୍ର ୭୦ ପ୍ରତିଶତ ଏଯାଏଁ ଶେଷ ହୋଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି ।
ରାଜଧାନୀ ଭୁବନେଶ୍ୱର ସହ ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, କୋଣାର୍କ, ସାଲେପୁରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ ପାଇଁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।
ଦଶମ ଓ ଦ୍ୱାଦଶରେ ହେବ ଅଫଲାଇନ୍ ପରୀକ୍ଷା । ଏନେଇ ସଂକେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେପଟେ ପରୀକ୍ଷା କରାଇବା ନିଷ୍ପତ୍ତିକୁ ନେଇ କିନ୍ତୁ ଏବେଠୁ ତେଜିଲାଣି ଅସନ୍ତୋଷ । କିଛି ଛାତ୍ରଛାତ୍ରୀ ଅଫ୍ ଲାଇନ୍ ପରୀକ୍ଷାକୁ ସ୍ୱାଗତ କରିଥିବାବେଳେ ଆଉ କିଛି ଦ୍ୱାଦଶ ଶ୍ରେଣୀ ପିଲା ଫାଇନାଲ୍ ପରୀକ୍ଷା ନକରି କ୍ୱାର୍ଟର ଏଣ୍ଡ ପରୀକ୍ଷା ଆଧାରରେ ମାର୍କ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।
ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’। ଏନେଇ ଏବେ ପିଲା ଚିନ୍ତାରେ
। ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’।
ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ।
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶ ପାଠକଙ୍କୁ ଆଜି ଜେରା କରିବ ଇଡି। ଇଡିର ୩ ଜଣିଆ ଟିମ୍ ଆକାଶ ପାଠକଙ୍କୁ ଆଜି ଜେଲ୍ରେ ଘନ ଘନ ଜେରା କରିବେ। ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କଠାରୁ ଅନୁମତି ମିଳିଛି। ନିଜକୁ ଟାଟା ମୋଟର୍ସର ଏମ୍ଡି…
ରାଜ୍ୟର ଉପାନ୍ତ ଅଞ୍ଚଳରେ ପ୍ରହସନ ପାଲଟିଛି ଅନଲାଇନ୍ ପାଠପଢା । ଗଲା ୨ ବର୍ଷ ହେଲା ଅନଲାଇନରେ ପାଢପଢା ହେଉଥିଲେ ମଧ୍ୟ ନେଟଓ୍ୱର୍କ ଓ ମୋବାଇଲ ଫୋନ ଅଭାବକୁ ନେଇ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଫଳରେ ଅନେକ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଛି ।
ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ମହାମାରୀ କରୋନା । ଖାସ୍ କରି ରାଜ୍ୟର ଉପାନ୍ତ ଅଞ୍ଚଳଗୁଡିକରେ ସ୍ଥିତି ଅତି ଦୟନୀୟ । ଦୁଇ ବର୍ଷ ହେବ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ଥିବାରୁ ପିଲାଏ ପାଠ ଭୁଲି ଗଲେଣି ।
କରୋନାରେ ଅନେକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାରୁ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ରାଜଧାନୀରେ ବିକ୍ଷୋଭ ବି ପ୍ରଦର୍ଶନ କରିଥିଲେ ।
ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବା ଆୟୋଗ ସଚିବ । ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ।
କରୋନା କାଳରେ ଓଏଏସ ମେନ୍ ପରୀକ୍ଷା ହେଲେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବନି ତ ଆଶାୟୀ? ଯଦି ସେପରି ହୁଏ, ତାହେଲେ କିଏ ଦାୟୀ ରହିବେ?
ଗୋଟିଏ ଦିନର ପରୀକ୍ଷା ବାତିଲ ହେଉଛି ଆମର ୨୦ ଦିନର ପରୀକ୍ଷା କେମିତି ହେବ ? କିଛି ଏମିତି ଢଙ୍ଗରେ ସରକାରଙ୍କ ପରୀକ୍ଷା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଓସିଏସ୍ ପରୀକ୍ଷାର୍ଥୀ ।
ଆସନ୍ତା ୨୦ ତାରିଖରୁ ଫେବ୍ରୁଆରୀ ୮ ତାରିଖ ଯାଏଁ ଅଛି ମେନ୍ ପରୀକ୍ଷା । ଏନେଇ ପୂର୍ବରୁ ସୂଚୀ ସ୍ଥିର ହୋଇଛି ।
ଚଳିତ ଶିକ୍ଷାବର୍ଷ ପାଇଁ ଏମବିବିଏସ, ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଆରମ୍ଭ ହେଉଛି ଓଜେଇଇ ପରିଚାଳିତ ନିଟ୍ ପିଜି କାଉନସେଲିଂ
ଆଜି ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରାଯାଇପାରିବ । ଏହି ୱେବ୍ସାଇଟ୍ ଦ୍ୱାରା ଅନଲାଇନ୍ ଆପ୍ଲିକେସନ ସାଙ୍ଗକୁ ଫି ଡିପୋଜିଟ, ଡକ୍ୟୁମେଣ୍ଟ ଅପଲୋଡିଂ ଏବଂ ଅନଲାଇନ୍ ଭେରିଫିକେସନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇପାରିବେ ।
ଏବେ ଯାହା ପରିସ୍ଥିତି ହେଲାଣି, ଆଉ ଶ୍ରେଣୀ ଗୃହରେ ପାଠପଢ଼ା କେବେ ହେବ ତାହା ଜଣା ନାହିଁ। ଏମିତି ଯଦି ଲାଗି ରହେ ତେବେ ମାଟ୍ରିକ୍ ପିଲାଙ୍କ ପାଇଁ ବଢ଼ିଯିବ ସମସ୍ୟା
କରୋନାର ତୃତୀୟ ଲହର କାୟା ମେଲାଇବା ପରେ ପୁଣି ଟେନସନରେ ମାଟ୍ରିକ୍ ଛାତ୍ରଛାତ୍ରୀ। ଆଜିଠୁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ପରେ ଆଗକୁ କେମିତି ହେବ ବୋର୍ଡ ପରୀକ୍ଷା ପ୍ରସ୍ତୁତି, ତାକୁ ନେଇ ପିଲା ଓ ଅଭିଭାଭାକଙ୍କ ବଢିଛି ଚିନ୍ତା
NEET କାଉନସେଲିଂ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। NEET-PG ଓ UG ନାମଲେଖା ନେଇ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ଥିବା ଆର୍ଥିକ ଅନଗ୍ରସର ବର୍ଗ ଓ ପଛୁଆବର୍ଗ ସଂରକ୍ଷଣ ଚାଲୁ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଆପଣମାନେ କଫି କାଫେ ଦେଖିଥିବେ, ନେଟ୍ କାଫେ ବି ଦେଖିଥିବେ, ହେଲେ କେବେ ମାଥମେଟିକ୍ସ କାଫେ ଦେଖିଛନ୍ତି କି? କେଉଁଠି ରହିଛି ଏମିତି କାଫେ ଏବଂ କଣ ହୁଏ ସେହି କାଫେରେ ଆସନ୍ତୁ ଜାଣିବା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଶିଖରପୁରରେ ।
ଟେବୁଲ୍ ଉପରେ ପଡ଼ିଛି ଗଣିତ ବହି... ପାଖରେ ରହିଛି ପାଟି ସୁଆଦିଆ ସ୍ନାକ୍ସ ବିସ୍କୁଟ୍..ମନଭରି ଖାଇବେ ଆଉ ପାଠ ବି ପଢ଼ିବେ.. ତା'ପୁଣି ମାଗଣାରେ..ଆଶ୍ଚର୍ଯ୍ୟ ଲାଗୁଛି ନା ! କେଉଁଠି ରହିଛି ଏମିତି ବ୍ୟବସ୍ଥା ଆଉ ସେଠାରେ କଣ ସବୁ ହୁଏ ଦେଖନ୍ତୁ..
ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା।
ଓମିକ୍ରନ୍ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ ।
ଓମିକ୍ରନ୍ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ ।