ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।
ବଦଳିବ କି ସରକାରଙ୍କ ଖରାଛୁଟି ନିଷ୍ପତ୍ତି ? ଜୁନ୍ ବଦଳରେ ମେ’ ମାସରେ ହେବ କି ଛୁଟି ? ଖରାଛୁଟି ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।
ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍ ସେଣ୍ଟର କରାଯାଇଛି।
ପ୍ରାଇଭେଟ ସ୍କୁଲ୍ ଆଉ ନିଜ ପବ୍ଳିକେସନ୍ ବହି ପଢାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ଶିକ୍ଷାଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।
ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ ।
ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ ହେବ ବୋଲି ମଧ୍ୟ କୁହାଯାଇଛି ।
ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି । ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବାକୁ ନିଷ୍ପତ୍ତି ହୋଇଛି ।
ଖରାଛୁଟି ସମ୍ପର୍କରେ ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯିବ । ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ପାଠପଢ଼ା, ପରୀକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ
ସ୍କୁଲ୍ ଠାରୁ ୧୨୦ କିଲୋମିଟର ଦୂରରେ ପରୀକ୍ଷା କେନ୍ଦ୍ର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେବାକୁ ୧୨୦ କିଲୋମିଟର ଦୂର ରାଇରଙ୍ଗପୁର ଯିବେ।
୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ ।
ଦେଢ ମାସ ପରିବର୍ତ୍ତେ ଏଥର ସ୍କୁଲ୍ ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି । ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ଦୁଇ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଓ ପାଠପଢ଼ା । ଏଥିରେ ସୁଧାର ଆଣିବା ଲାଗି ଖରା ଛୁଟିକୁ କମାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଏଣିକି ୧୦୦% ସିଲାବସ୍ରେ ହେବ ପାଠପଢ଼ା। ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ଘୋଷଣା ହେଲା ଖରାଛୁଟି। ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍ରେ ଖରାଛୁଟି ଘୋଷଣା ହୋଇଛି।
ଦୁଇଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି ।
ଘୁଞ୍ଚିଲା JEE(ଆଡଭାନ୍ସଡ୍)-୨୦୨୨ପରୀକ୍ଷା । ଆସନ୍ତା ଅଗଷ୍ଟ ମାସ ୨୮ ତାରିଖକୁ ଘୁଞ୍ଚିଲା ପରୀକ୍ଷାର ତାରିଖ । ଦୁଇଟି ସିଟିଂରେ ହେବ ପରୀକ୍ଷା ।
କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟା ସ୍ଥଗିତ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏଭଳି ବଡ଼ ନିଷ୍ପତ୍ତି ନେଇଛି ।
ଦେଢ଼ ମାସ ନୁହେଁ ଏଥର ମାତ୍ର ୧୦ ଦିନ ହୋଇପାରେ ଗ୍ରୀଷ୍ମ ଛୁଟି । କାରଣ ପିଲାଙ୍କୁ ବ୍ରିଜ୍ କୋର୍ସ ବା ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ଅଧିକ ଦିନ ଆବଶ୍ୟକ । ସେଥିପାଇଁ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି ।
ନୂଆ କ୍ଲାସ୍ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି ।
ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍ ବସିଛି ପ୍ରଶାସନ
ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ । ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ସିଟ୍ ୨୦ ପ୍ରତିଶତରେ ସୀମିତ ରଖିବା ନେଇ କୁଳାଧିପତିଙ୍କ ସଚିବାଳୟରୁ ନିର୍ଦ୍ଦେଶନାମା ଜାରି ପରେ ଘରୋଇ ଶିକ୍ଷାନୁଷ୍ଠାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ଅଭିଯୋଗ ଉଠିଛି ।
ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଲାଗିଲା ଅଙ୍କୁଶ। ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଯାଇଛି। ଏନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ, ସେଲ୍ଫ ଫାଇନାନ୍ସ କୋର୍ସ ଦ୍ୱାରା ରେଗୁଲାର କୋର୍ସ ପ୍ରଭାବିତ ହେଉଛି । ସେଲ୍ଫ ଫାଇନାନ୍ସ କୋର୍ସ ବିଶ୍ୱବିଦ୍ୟାଳୟ ସିଟ୍ର ୨୦% ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
UGC ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଗାଇଡଲାଇନ୍ । ଉଭୟ କୋର୍ସ ଫିଜିକାଲ ମୋଡ୍ରେ କରିପାରିବେ ଛାତ୍ରଛାତ୍ରୀ ।
ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ।
PPP ମୋଡ୍ରେ ଆଉ ଚାଲିପାରିବନି ସେଲ୍ଫ ଫାଇନାନ୍ସ କୋର୍ସ।