Advertisment

ସ୍ୱପ୍ନରେ ରହିଯିବ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି ଉଠିଲାଣି।

author-image
Chandan Shishu
ଅଦ୍ୟତନ ହୋଇଛି
Admission Fee Hike

Admission Fee Hike

ସରକାରଙ୍କ ମହଙ୍ଗା ମାଡ଼ରୁ ବାଦ୍ ପଡ଼ିଲାନି ସରକାରୀ ମେଡିକାଲ କଲେଜ ପାଠପଢ଼ା। ବଢ଼ିଲା ମେଡିକାଲ କଲେଜ ଆଡମିଶନ ଫି। ଉଭୟ ଏମବିଏସ୍/ବିଡିଏସ୍ ଓ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଆଡମିଶନ ଫି ବଢ଼ାଇଛନ୍ତି ରାଜ୍ୟ ସରକାର। ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-ଓଜେଇଇ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ଫି ୨୮ ପ୍ରତିଶତ ବଢ଼ିଥିବା ବେଳେ ସୁପର ସ୍ପେସିଆଲିଟି ଫି ୪୯ ପ୍ରତିଶତ ବଢ଼ିଛି। 

Advertisment

ପୂର୍ବରୁ ସରକାରୀ କଲେଜରେ ଏମ୍ବିବିଏସ୍ ଓ ବିଡିଏସ୍ ପାଠପଢ଼ା ପାଇଁ ଆଡମିଶନ ବେଳେ ଛାତ୍ରଛାତ୍ରୀଙ୍କୁ ୨୯ ହଜାର ୬୯୪ ଟଙ୍କା ଫି ଦେବାକୁ ପଡ଼ୁଥିଲା। ୨୦୨୧-୨୨ ଶିକ୍ଷାବର୍ଷ ଅର୍ଥାତ୍ ଚଳିତ ବର୍ଷରୁ ଏଥିପାଇଁ ୩୭ ହଜାର ୯୫୦ ଟଙ୍କା ଗଣିବେ ଅଭିଭାବକ। ସେହିଭଳି ସୁପର ସ୍ପେସିଆଲିଟି ଆଡମିଶନ ଫି ପୂର୍ବରୁ ୪୫ ହଜାର ୫୦୦ ଟଙ୍କା ଥିଲା ବେଳେ ଏବେ ତାହା ୬୭ ହଜାର ୮୦୦ ଟଙ୍କାକୁ ବଢ଼ିଯାଇଛି। ଏମିତିକି ଏମବିବିଏସ୍ ଓ ବିଡିଏସ୍ ଛାତ୍ରଛାତ୍ରୀଙ୍କ ଲାଗି ବାର୍ଷିକ ହଷ୍ଟେଲ୍ ଫିକୁ ୧୦ ହଜାର ଟଙ୍କାରୁ ୧୪ ହଜାର ଟଙ୍କାକୁ ବଢ଼ାଇ ଦେଇଛନ୍ତି ସରକାର। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏପଟେ ଡାକ୍ତରୀ ଛାତ୍ରସଂଘ ମଧ୍ୟ ବର୍ଦ୍ଧିତ ଫି ନିଷ୍ପତ୍ତିର ବିରୋଧ କରିଛି ସଂଘ। କହିଛି- ବର୍ଦ୍ଧିତ ଫି କାରଣରୁ ଦୀର୍ଘବର୍ଷ ପରିଶ୍ରମ କରି ଡାକ୍ତରୀ ପାଠ ପଢ଼ିବାକୁ ଲକ୍ଷ୍ୟ ରଖିଥିବା ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯିବ। ଏପରିକି ସରକାରୀ କଲେଜ ଫି ବୃଦ୍ଧିକୁ ଦେଖି ବେସରକାରୀ ମେଡିକାଲ୍ କଲେଜ ମଧ୍ୟ ଫି ବଢ଼ାଇବାର ଆଶଙ୍କା ଥିବାରୁ ପାଠପଢ଼ା ଆହୁରି ମହଙ୍ଗା ହୋଇଯିବ। ତେଣୁ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ। ମହାମାରୀ କୋଭିଡ୍ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ସରକାରୀ କଲେଜରେ ପଢ଼ାଇ ପିଲାଙ୍କୁ ଡାକ୍ତର ବନାଇବାକୁ ଚାହୁଁଥିବା ଅଭିଭାବକଙ୍କ ଲାଗି ଆଡମିଶନ ଫି ବୃଦ୍ଧି, ବୋଝ ଉପରେ ନଳିତା ବିଡ଼ା ହୋଇଛି।

Advertisment
Admission Fee Hike Carrier In Medical
Advertisment
Advertisment