Advertisment

CBSE ର ବଡ଼ ଘୋଷଣା: ଏପ୍ରିଲ ୨୬ ରେ ହେବ ଟର୍ମ-୨ ପରୀକ୍ଷା

ସ୍କୁଲ ଦୀର୍ଘଦିନ ଧରି ବନ୍ଦ ଥିବାରୁ ପରୀକ୍ଷାରେ ଅଧିକ ଦିନ ବ୍ୟବଧାନ ରଖିବାକୁ ପଦକ୍ଷପ ନେଇଛି ସିବିଏସଇ । ସେପଟେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ହୋଇଥିବା ଟର୍ମ ୱାନ୍ ପରୀକ୍ଷାର ଫଳାଫଳ ଖୁବଶୀଘ୍ର ଘୋଷଣା ସମ୍ଭାବନା ରହିଛି ।

author-image
Otv Khabar Bureau
CBSE Exam

CBSE Exam

ଆସନ୍ତା ଏପ୍ରିଲ ୨୬ରୁ ଆରମ୍ଭ ହେବ CBSE ଟର୍ମ-୨ ପରୀକ୍ଷା । ୨୬ରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୨ ପରୀକ୍ଷା କରାଯିବା ନେଇ CBSE ପକ୍ଷରୁ ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଏହି ପରୀକ୍ଷା ଦିନ ୧୦ଟା ୩୦ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷା ମଝିରେ ଅଧିକ ଦିନ ବ୍ୟବଧାନ ରହିଥିବା CBSE ସୂଚନା ଦେଇଛି ।

Advertisment

ସ୍କୁଲ ଦୀର୍ଘଦିନ ଧରି ବନ୍ଦ ଥିବାରୁ ପରୀକ୍ଷାରେ ଅଧିକ ଦିନ ବ୍ୟବଧାନ ରଖିବାକୁ ପଦକ୍ଷପ ନେଇଛି ସିବିଏସଇ । ସେପଟେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ହୋଇଥିବା ଟର୍ମ ୱାନ୍ ପରୀକ୍ଷାର ଫଳାଫଳ ଖୁବଶୀଘ୍ର ଘୋଷଣା ସମ୍ଭାବନା ରହିଛି । ସିବିଏସଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟର୍ମ ୱାନ୍ ପରୀକ୍ଷା ଫଳଫଳ ପ୍ରକାଶ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଏହା ଯେ କୌଣସି ମୁହୂର୍ତ୍ତରେ ପ୍ରକାଶ ପାଇପାରେ ।

ଛାତ୍ରଛାତ୍ରୀମାନେ ସିବିଏସଇ ଡଟ୍ ଗଭ୍‌ ଡଟ୍ ଇନ(cbse.gov.in), ସିବିଏସଇ ଡଟ୍ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ(cbse.results.nic.in) ୱେବସାଇଟରୁ ଫଳାଫଳ ଜାଣିପାରିବେ । ସେହିଭଳି ଡିଜି ଲକର ଆପ୍ କିମ୍ବା ଡିଜି ଲକ୍କର ଡଟ୍ ଗଭ୍‌ ଡଟ୍ ଇନ୍ ୱେବସାଇଟରୁ ସ୍କୋର୍ କାର୍ଡ ଡାଉନଲୋଡ୍ କରିପାରିବେ ।

Advertisment

ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ। ସମ୍ମେଟିଭ୍ ଆସେସ୍‌ମେଣ୍ଟ୍‌ ପରୀକ୍ଷା-୨ କରାଯିବ ଓ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେ କହିଛନ୍ତି ଯେ, ଯଥାସମ୍ଭବ ପରୀକ୍ଷା ଗୁଡ଼ିକ ନିଜ ସ୍କୁଲ୍‌ରେ କରାଯିବ। ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁୂଲ ଶିକ୍ଷକ ନିଯୁକ୍ତ ହେବେ।

ନିଜ ସ୍କୁଲରେ ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳାଫଳ ନିର୍ଦ୍ଧାରଣ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

CBSE Exam Dates
Advertisment
Advertisment