• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଜି ୩୩୮ଟି କେନ୍ଦ୍ରରେ OSSTET ପରୀକ୍ଷା

ଆଜି ୩୩୮ଟି କେନ୍ଦ୍ରରେ ହେବ OSSTET ବା ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା । କୋଭିଡ୍ ଗାଇଡ୍ଲାଇନ୍ରେ ୨ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ୯ରୁ ୧୧ଟା ୩୦ ଓ ଦ୍ୱିତୀୟ ସିଟିଂ ଦିନ ୧ରୁ ୩ଟା ୩୦ ଯାଏ ହେବ ମୋଟ ୭୨ ହଜାର ୨୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ପ୍ରଥମ ସିଟିଂରେ ୬୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ଥିବାବେଲେ ଦ୍ୱିତୀୟ ସିଟିଂରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି ମାଲ୍ ପ୍ରାକ୍ଟିସରେ ବୁକ୍ ହେଲେ ଆଉ OSSTET ଦେଇ ପାରିବେନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀଙ୍କ ସହ ଷ୍ଟାଫକୁ ମଧ୍ୟ ପରୀକ୍ଷା ବେଳେ ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ ।

ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ପରୀକ୍ଷା କରାଯିବ। ପରୀକ୍ଷା ପରିଚାଳନା ପାଇଁ ୪୦ଟି ନୋଡାଲ୍‌ ସେଣ୍ଟର କରାଯାଇଛି। ସେହିପରି ସ୍କ୍ୱାଡ୍‌ ବି ତିଆରି କରାଯାଇଛି। ବୋର୍ଡ ଓ ଡିଇଓ ସ୍ତରରେ ପୃଥକ ପୃଥକ ସ୍କ୍ୱାଡ୍ ତିଆରି କରାଯାଇଛି। ଏହା ସହିତ ୮ଟି ସ୍ପେଶାଲ୍ ସ୍କ୍ୱାଡ୍ ତିଆରି କରାଯାଇଛି।