• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦ୍ୱନ୍ଦ୍ୱ ଦୂର କଲେ ସରକାର ଅଫ୍‌ଲାଇନରେ ହିଁ ହେବ ମାଟ୍ରିକ୍ ପରୀକ୍ଷା । ଏପ୍ରିଲ ୨୯ରୁ ମେ ୬ ଯାଏଁ ପରୀକ୍ଷା ଚାଲିବ । ତେବେ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ପରୀକ୍ଷକ ଆସି ଏକ୍‌ଜାମ ପରିଚାଳନା କରିବେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ରେ ଆଜି ଏହି ସୂଚନା ଦେଇଛନ୍ତି ।

କରୋନା ପାଇଁ ୨୦୨୦ରେ ପରୀକ୍ଷା ଅଧାରୁ ବାତିଲ ହୋଇଥିବା ବେଳେ ଗତ ବର୍ଷ ମାଟ୍ରିକ ପରୀକ୍ଷା ଆଦୌ ହୋଇପାରିନଥିଲା । ତେବେ ଏଥର ମହାମାରୀ କୋପ କମିଥିବାରୁ ଅଫଲାଇନ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷକ ସଂଘ, ଅଭିଭାବକ, ଅଭିଭାବକ ସଂଘ, ଶିକ୍ଷାବିତଙ୍କ ସହ ଆଲୋଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତ ମଧ୍ୟମା ଓ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏପ୍ରିଲ ୨୯ରୁ ଆରମ୍ଭ ହେବ ।

ଏଥର ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ତିନିଟି ପଦ୍ଧତିରେ କରାଯିବ । ପ୍ରଥମ ପଦ୍ଧତି ହେଲା ସମ୍ମେଟିଭ୍ ୱାନ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ନିଆଯିବ । ଦ୍ୱିତୀୟ ପଦ୍ଧତି ହେଲା ସମ୍ମେଟିଭ୍ ଟୁ ର ମାର୍କକୁ ୨ ଗୁଣ କରି ହିସାବ କରାଯିବ । ଆଉ ତୃତୀୟ ପଦ୍ଧତିରେ ଇଣ୍ଟରନାଲ୍ ଆସେସମେଣ୍ଟର ୨୦ ପ୍ରତିଶତ, ସମ୍ମେଟିଭ୍ ୱାନ୍‌ରୁ ୩୦ ପ୍ରତିଶତ, ସମ୍ମେଟିଭ୍ ଟୁ ରୁ ୫୦ ପ୍ରତିଶତ ନିଆଯାଇ ମାର୍କିଂ କରାଯିବ ।

 

ଏହି ତିନି ପଦ୍ଧତିରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ, ତାହା ଚୂଡ଼ାନ୍ତ ହେବ । ଛାତ୍ରଛାତ୍ରୀ ଏଭଳି ମାର୍କିଂ ବ୍ୟବସ୍ଥାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ସରକାର କିଛି ସ୍ପଷ୍ଟ କରିନଥିବାରୁ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଚଳିତ ବର୍ଷ ୬ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ସମ୍ମେଟିଭ ଟୁ ପରୀକ୍ଷା ଦେବେ ସଂକ୍ରମଣମୁକ୍ତ ପରୀକ୍ଷା ପରିଚାଳନା ତଥା ରେଜଲ୍ଟ ପ୍ରକାଶନ ମାଧ୍ୟମିକ ଶିକ୍ଷା ପରିଷଦ ଲାଗି ଚାଲେଞ୍ଜ ହୋଇପାରେ ।

ରିପୋର୍ଟର- ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ ଓ ଭୁବନେଶ୍ୱରରୁ ଜଗଦୀଶ ଦାସ