/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643097899.jpg)
Supreme Court
ସିବିଏସ୍ଇ, ଆସିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଅଫଲାଇନ ବଦଳରେ କେବଳ ଅନଲାଇନରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯାଉ ବୋଲି ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ଅଫଲାଇନ ପରୀକ୍ଷା ବାତିଲ କରିବାକୁ ମଧ୍ୟ ମନା କରିଦେଇଛନ୍ତି ।
କର୍ତ୍ତୃପକ୍ଷ ପରୀକ୍ଷା ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତୁ ବୋଲି କହିବା ସହ ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି କୋର୍ଟ । ଏଥିସହ ଆବେଦନକାରୀଙ୍କୁ ତାଗିଦ କରିଛନ୍ତି ଯେ, ଏଭଳି ଜନସ୍ୱାର୍ଥ ମାମଲା କରାଯିବା ଦ୍ୱାରା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଛି । ତେଣୁ ଏଭଳି ମାମଲାକୁ ବିଚାରକୁ ନେବା ହିଁ ସଂଶୟକୁ ବଢ଼ାଇବା ଭଳି ହେବ । ଗତ ଥରର କୋର୍ଟଙ୍କ ନିଷ୍ପତ୍ତିକୁ ଆଦର୍ଶ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୁହାଯାଇଛି ।
ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନ୍ଲାଇନ୍ରେ ନା ଅଫଲାଇନ୍ରେ ହେବ, ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ସମସ୍ତ ରାଜ୍ୟ, CBSE, ICSE, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଆଜି ଦୂର କରିବାର ଥିଲା ସୁପ୍ରିମ୍କୋର୍ଟ । ଶ୍ରେଣୀଗୃହରେ ପାଠପଢ଼ା ହୋଇ ନ ଥିବାରୁ ଅଫଲାଇନ୍ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଅଫଲାଇନ୍ ପରୀକ୍ଷାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନ୍ର ଶୁଣାଣି କରିଥିଲେ କୋର୍ଟ । ତେବେ ଶୁଣାଣି ପରେ କୋର୍ଟ ସବୁ ଆବେଦନକୁ ଖାରଜ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)