Advertisment

ଘରୋଇ ସ୍କୁଲ୍‌ରେ EWSଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ଆର୍ଥିକ ଅନଗ୍ରସର ବର୍ଗଙ୍କ ଲାଗି ଘରୋଇ ସ୍କୁଲ୍‌ରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Commission for Protection of Child Rights

Odisha Commission for Protection of Child Rights

ଆର୍ଥିକ ଅନଗ୍ରସର ବର୍ଗଙ୍କ ଲାଗି ଘରୋଇ ସ୍କୁଲ୍‌ରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି। ଏଥିସହ ଶିକ୍ଷା ଅଧିକାର ଆଇନର ପାରଦର୍ଶୀ ପୋର୍ଟାଲରେ ଆର୍ଥିକ ଅନଗ୍ରସର ପିଲାଙ୍କ ଅନ୍‌ଲାଇନ୍‌ ପଞ୍ଜୀକରଣ ଲାଗି ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରତ୍ୟେକ ଘରୋଇ ସ୍କୁଲରେ ଜଣେ ଲେଖାଏ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ।

Advertisment

ଶିଶୁ ଅଧିକାର ଉପରେ କାମ କରୁଥିବା ବେସରକାରୀ ସଂଗଠନକୁ ସାମିଲ କରିବାକୁ ମଧ୍ୟ କୁହାଯାଇଛି। ଶିକ୍ଷା ଅଧିକାର ଆଇନ ଅଧୀନରେ ଘରୋଇ ସ୍କୁଲ୍‌ ଗୁଡିକରେ ପଛୁଆ ବର୍ଗ ପିଲାଙ୍କ ଲାଗି ୨୫% ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ସଚେତନତା ଅଭାବରୁ ଏହି ଛାତ୍ରଛାତ୍ରୀମାନେ ଘରୋଇ ସ୍କୁଲ୍‌ରେ ପଢିବାରୁ ବଞ୍ଚିତ ହେଉଛନ୍ତି। ଯାହାର ଫାଇଦା ଉଠାଇ ସଂରକ୍ଷିତ ସିଟ୍‌ରେ ଅନ୍ୟ ବର୍ଗର ପିଲାଙ୍କୁ ନାମଲେଖା ଯାଉଥିବା ଅଭିଯୋଗ ହୋଇଛି।

ତେଣୁ ଆର୍ଥିକ ଅନଗ୍ରସରଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକାଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଚିଠିରେ କୁହାଯାଇଛି। ଘରୋଇ ସ୍କୁଲ୍‌ରେ ଯେଉଁ ସିଟ୍‌ ଆର୍ଥିକ ଅନଗ୍ରସର ପିଲାଙ୍କ ନିମନ୍ତେ ସରଂକ୍ଷଣ ଅଛି, ତାହା ପୂରଣ ନ ହେଲେ ବର୍ଷ ସାରା ତାହା ସେଭଳି ଖାଲି ରହିବ। ନଚେତ୍‌ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କହିଛନ୍ତି।   

Advertisment
EWS Reservation Schools Education Quota Private Schools Odisha
Advertisment
Advertisment