• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୧୪ରୁ ସ୍କୁଲ ଖୋଲିବ, ହେଲେ ୨୮ରୁ ସ୍କୁଲ ଆସିବେ ପିଲା ।ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ୨୮ରୁ ସ୍କୁଲ ଆସିବେ । ୨୮ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନଲାଇନ୍ କ୍ଲାସ୍ କରିପାରିବେ ।  ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ସୂଚନା ଜାରି ହୋଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ୧୪ରେ ସ୍କୁଲ ଖୋଲିଲେ ବି ୨୮ରୁ ସ୍କୁଲକୁ ଆସିବେ ପିଲା ।

ଫେବ୍ରୁଆରୀ ୨୮ରୁ ସ୍କୁଲରେ ଫିଜିକାଲ କ୍ଲାସ୍ ଆରମ୍ଭ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଫେବ୍ରୁଆରୀ ୧୪ରେ କିନ୍ତୁ ଖୋଲିବ ସ୍କୁଲ । ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ,କର୍ମଚାରୀମାନେ ଆସିବେ ଓ  ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବ ଚିଠି କରିଛନ୍ତି । ଭୋଟ ପାଇଁ ସ୍କୁଲରେ ବୁଥ୍ ହେବାର ଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । 

OTV is now on Whatsapp

Join and get latest news update delivered to you via whatsapp

Join Now