• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏଣିକି ଅଫଲାଇନ୍‌ ମୋଡ୍‌ରେ ପରୀକ୍ଷା ହେବ । ଏନେଇ ସବୁ ଶିକ୍ଷାନୁଷ୍ଠାନକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ସ୍ଥିତିରେ ସୁଧାର ପରେ ଶିକ୍ଷାର ଗୁଣାତ୍ମକ ମାନକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି ।

ରାଜ୍ୟରେ କୋଭିଡ୍ ସ୍ଥିତିରେ ଉନ୍ନତି ଆସିବା ପରେ ଏସଆରସି ସବୁ ଶିକ୍ଷାନୁଷ୍ଠାନ ଉପରୁ କଟକଣା ହଟାଇ ନେଇଥିବାରୁ ବିଭାଗ ଏ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷେ, କରୋନା କଟକଣା ମଧ୍ୟରେ ଆସନ୍ତା ୨୮ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ଥିବାରୁ ଆଜି ଅଭିଭାବକ ସମ୍ମିଳନୀ ହେବ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯିବ । ସ୍କୁଲ ଖୋଲିଲେ ଦୁଇ ବର୍ଷର ବ୍ୟବଧାନ ପରେ ଛାତ୍ରଛାତ୍ରୀ ସ୍କୁଲ ହତା ମାଡ଼ିବେ । ଆଦୌ ଶିକ୍ଷାନୁଷ୍ଠାନ ଦେଖି ନଥିବା ଛାତ୍ରଛାତ୍ରୀ ସିଧାସଳଖ ଦ୍ୱିତୀୟ ଶ୍ରେଣୀକୁ ଯିବେ । ବିଗତ ଦୁଇ ବର୍ଷରେ ଛାତ୍ରଛାତ୍ରୀ ମୌଳିକ ଜ୍ଞାନ ହରାଇଥିବା ବିଭିନ୍ନ ସର୍ଭେ ତଥ୍ୟ ଦର୍ଶାଇଛି ।

ତେବେ ସ୍କୁଲ ଖୋଲିଲେ ପ୍ରଥମ ସପ୍ତାହରେ ପିଲାଙ୍କର ପାଠପା ହେବ ନାହିଁ । ପ୍ରଥମ ୬ ଦିନ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା(ସୋସିଓ ଇମୋସନାଲ୍ ଲଣ୍ଣିଂ) ଉପରେ ଗୁରୁତ୍ୱ ଦିଆଯିବ । ଏହି ୬ ଦିନ ପିଲାଙ୍କୁ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ମାଧ୍ୟମରେ ସ୍କୁଲ ସହିତ ବାନ୍ଧି ରଖିବେ ।

OTV is now on Whatsapp

Join and get latest news update delivered to you via whatsapp

Join Now