Advertisment

ଘରେ ଘରେ ସ୍କୁଲ ଆଉ ପ୍ରତି ଘରେ କଳାପଟା ! ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ ପାଠ ପଢ଼ୁଛନ୍ତି ପଛୁଆ ଅଞ୍ଚଳର ପିଲା

କରୋନା କାଳରେ ସରକାର ସିନା ଅନଲାଇନ୍‌ରେ ପାଠପଢା ଆରମ୍ଭ କରିଦେଲେ କିନ୍ତୁ ପଛୁଆ ଅଂଚଳରେ ପିଲାଙ୍କ ପାଇଁ ପାଠ ହେଲା ସାତସପନ। ଗାଁରେ ନେଟୱାର୍କ ନଥିବାରୁ ଅନଲାଇନ୍‌ରେ ପାଠ ପଢି ପାରିନଥିଲେ ପିଲା । ଆଉ ଏପରିସ୍ଥିତିରେ କେମିତି ପିଲା ପାଠ ପଢିବେ,, ସେହି ଚିନ୍ତାରେ ଥିଲେ ପୂରା ଅଂଚଳରେ ଲୋକ

author-image
Prangyan Parimita
black board

black board

ଘରେ ଘରେ ସ୍କୁଲ ଆଉ ପ୍ରତି ଘରେ କଳାପଟା । ସକାଳୁ ଉଠିଲେ ପିଲାମାନେ କଳାପଟାରେ ଅ, ଆ, ଇ, ଇ ଓ ଏ ବି ସି ଡ଼ି ଲେଖୁଛନ୍ତି । ତେବେ ପଛୁଆ ଅଞ୍ଚଳର ପିଲାଙ୍କ ପାଇଁ ସରକାର ଏଭଳି କିଛି ଯୋଜନା କରିନାହାନ୍ତି । ଜଣେ ଶିକ୍ଷକ ନିଜ ସାଧନା ବଳରେ ତଥା ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏପରି କରିଛନ୍ତି । ତେବେ ଏମିତି ମହାନ କାମ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କରଣ୍ଡ।ଗଡ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ ମୁଖୀ।

Advertisment

କରୋନା କାଳରେ ସରକାର ସିନା ଅନଲାଇନ୍‌ରେ ପାଠପଢା ଆରମ୍ଭ କରିଦେଲେ କିନ୍ତୁ ପଛୁଆ ଅଂଚଳରେ ପିଲାଙ୍କ ପାଇଁ ପାଠ ହେଲା ସାତସପନ। ଗାଁରେ ନେଟୱାର୍କ ନଥିବାରୁ ଅନଲାଇନ୍‌ରେ ପାଠ ପଢି ପାରିନଥିଲେ ପିଲା । ଆଉ ଏପରିସ୍ଥିତିରେ କେମିତି ପିଲା ପାଠ ପଢିବେ,, ସେହି ଚିନ୍ତାରେ ଥିଲେ ପୂରା ଅଂଚଳରେ ଲୋକ । ଠିକ୍‌ ଏହି ସମୟରେ ନିଜସ୍ୱ ଉଦ୍ୟମରେ ପିଲାଙ୍କ ପାଇଁ ସୀମାଞ୍ଚଳ ସାର ଏମିତି ଯୋଜନା କଲେ ଯାହାକୁ ନେଇ କେବଳ କନ୍ଧମାଳ ନୁହେଁ ବରଂ ସାରା ରାଜ୍ୟରେ ବେଶ ଚର୍ଚ୍ଚା ହେଉଛି । ଗାଁରେ ଥିବା ପ୍ରତି ଘର ସାମ୍ନାରେ ପିଲାଙ୍କ ପାଇଁ ତିଆରି କଲେ କଳାପଟା । ଆଉ ସେହି କଳାପଟାରେ ପିଲାଙ୍କୁ ସାର ପଢାଉଥିବା ବେଳେ ପିଲାମାନେ ସ୍କୁଲରେ ପାଠ ପଢ଼ୁଥିବା ପରି ମନେ କରୁଛନ୍ତି ।

ପିଲାମାନେ କେମିତି ପଢୁଛନ୍ତି ଓ କେଉଁ କେଉଁ ବିଷୟରେ ଦ୍ୱନ୍ଦ୍ୱ ରହିଛି ? ସେନେଇ ଘରକୁ ଘର ବୁଲି ପଚାରି ବୁଝୁଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଆଉ ଶିକ୍ଷକଙ୍କର ଏମିତି କାମରେ ବେଶ୍‌ ଖୁସି ପିଲା ଓ ସାର୍‌ । ତେବେ ପ୍ରଧାନଶିକ୍ଷକ ତାଙ୍କ ନିଜସ୍ଵ ଉଦ୍ୟମରେ ଗ୍ରାମର ପ୍ରାୟ ୧୭ ଟି ଘରେ ଏହି କଳା କଳା ପଟା ନିର୍ମାଣ କରିଛନ୍ତି । ସରକାର ଏବଂ ପ୍ରଶାସନ ଯଦି ସହଯୋଗ କରି ଗ୍ରାମର ପ୍ରତ୍ୟେକ ଲୋକଙ୍କ ଘରେ ଗୋଟିଏ ଗୋଟିଏ କଳାପଟା ଦିଅନ୍ତି, ଭଲ ହେବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Advertisment

କନ୍ଧମାଳ ଜିଲ୍ଲାରୁ ତ୍ରିନାଥ ସାହୁଙ୍କ ରିପୋର୍ଟ ଓଟିଭି

Special Story
Advertisment
Advertisment