Advertisment

୨୮ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ରଦ୍ଦ

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଉଚ୍ଚଶିକ୍ଷା ବିଭାଗ ରଦ୍ଧ କରିଛି।

author-image
Rajalaxmi Sahoo
Odisha Govt Cancels Admission Of 28 Students

Odisha Govt Cancels Admission Of 28 Students

ମହଙ୍ଗା ପଡ଼ିଲା ଜାଲ୍ ପ୍ରମାଣପତ୍ର ଦେଇ ଆଡମିଶନ୍। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଉଚ୍ଚଶିକ୍ଷା ବିଭାଗ ରଦ୍ଧ କରିଛି। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ରଦ୍ଧ କରିବା ପାଇଁ ବିଭାଗର ଉପ ନିର୍ଦ୍ଦେଶକ, ଓକାକ୍ ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି।

Advertisment

୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଥିବା କଳା ବିଭାଗର ଦୁଇ ଛାତ୍ରଙ୍କ ନାମ ରଦ୍ଦ ହୋଇଥିବାବେଳେ ୨୦୨୦-୨୧ ବର୍ଷର କଳା ଓ ବିଜ୍ଞାନ ବିଭାଗର ୯ ଜଣ ଛାତ୍ରଛାତ୍ରୀଙ୍କ ଆଡମିଶନକୁ ରଦ୍ଧ କରାଯାଇଛି। ଏହାସହ ଚଳିତ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୭ ଜଣ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ନାମଲେଖା ବିଭାଗ ରଦ୍ଧ କରିଛି।

ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ବିଭାଗ ଓକାକ୍‌କୁ ପଠାଇଛି। ଏହାସହ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବିଭାଗ ଭଦ୍ରକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରିଛି।

Advertisment
Odisha Govt Forgery Case Students Admission
Advertisment
Advertisment