Advertisment

ପ୍ରକାଶ ପାଇଲା UGC NET ରେଜଲ୍ଟ

ୟୁଜିସି(University Grants Commission) ଏହାର UGC NET ରେଜଲ୍ଟ ପ୍ରକାଶିତ କରିଛି। ଛାତ୍ରଛାତ୍ରୀମାନେ ugcnet.nta.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UGC NET Result Released

UGC NET Result Released

ୟୁଜିସି(University Grants Commission) ଏହାର UGC NET ରେଜଲ୍ଟ ପ୍ରକାଶିତ କରିଛି। ଛାତ୍ରଛାତ୍ରୀମାନେ ugcnet.nta.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ। ୨ଟି ଲିଙ୍କ୍‌- Direct Link 1 ଓ Direct Link 2 ରେ ରେଜଲ୍ଟ ଉପଲ୍ଲବ୍ଧ ହୋଇଛି। 

Advertisment

NTA(National Testing Agency) ଦ୍ୱାରା ଆୟୋଜିତ ଏହି ପରୀକ୍ଷାରେ ମୋଟ୍‌ ୫୨ ହଜାର ୮୫୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୦ ଡିସେମ୍ବର ଓ ୨୦୨୧ ଜୁନ୍ ଟର୍ମ ପାଇଁ ଏକା ସାଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଏହି ଦୁଇଟି ଟର୍ମ ପରୀକ୍ଷାରେ କେବଳ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୪୩ ହଜାର ୭୩୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି JRF(Junior Research Fellowship)ରେ ୯ ହଜାର ୧୨୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।

Advertisment

୨୦୨୧ ନଭେମ୍ବର ୨୦ରୁ ଜାନୁଆରୀ ୫ ତାରିଖ ଯାଏ ୮୧ଟି ବିଷୟରେ ଛାତ୍ରଛାତ୍ରୀମାନେ NET ପରୀକ୍ଷା ଦେଇଥିଲେ। ଦେଶର ୨୩୯ ସହରରେ ୮୩୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜାନୁଆରୀ ୨୧ରେ UGC NET Answer Keys ରିଲିଜ୍‌ ହୋଇଥିଲା। 

ସୂଚନାଥାଉ କି, ମହାମାରୀ କରୋନା ଯୋଗୁ December-2020 ସେସନ୍‌ ପାଇଁ UGC NET ପରୀକ୍ଷା ହୋଇପାରି ନଥିଲା। 

UGC NET Exam UGC NET Result
Advertisment
Advertisment