• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଖୋଲିଲା ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କର କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇଛି । ଏଥିପାଇଁ ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ।

ବିଗତ ଦୁଇ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ପିଲା ମାନେ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଏହି ସପ୍ତାହରେ କେବଳ ପିଲାଙ୍କ ଆକ୍ଟିଭିଟି କ୍ଲାସ ହେବ । ଆଗାମୀ ସପ୍ତାହଠଆରୁ ପିଲାଙ୍କ ପାଠପଢା ଆରମ୍ଭ ହେବ । ୨ ବର୍ଷ ପରେ ସ୍କୁଲ ଖୋଲିଥିବାରୁ କ୍ଲାସରୁମ୍ ଗୁଡିକୁ ସଫା ସୁତୁରା କରାଯିବା ସହିତ ସାନିଟାଇଜ୍ କରାଯାଇଛି ।

ସେହିପରି ହଷ୍ଟେଲ ଥିବା ବିଦ୍ୟାଳୟରେ ପିଲାମାନେ ଗତକାଲିଠାରୁ ସ୍କୁଲ୍‌ରେ ପହଞ୍ଚି ସାରିଛନ୍ତି ।

ଅନ୍ୟପକ୍ଷେ, ଆଜିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିଥିବା ନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ଏହାସହ ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବ ଫଳରେ ପିଲାମାନେ ପାଠପଢ଼ାରେ ପଛେଇବେ ନାହିଁ ବୋଲି ମଧ୍ୟ କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।

ସୂଚନା ଅନୁସାରେ, ଦଶମ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ତେବେ ଦୁଇ ବୋର୍ଡ଼ ରିପୋର୍ଟ ଆଧାରରେ ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।