• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Web Councelling Of JEE Starts From Today
ଆଜିଠାରୁ ଜେଇଇର ୱେବ କାଉନସେଲିଂ

ଆଜିଠାରୁ ଜେଇଇର ବି-ଟେକ୍, ବି-ଆର୍କ, ବି-ପ୍ଲାନ, ବି-କ୍ୟାଟ୍ ଓ ଇଣ୍ଟେଗ୍ରେଟେଡ୍ ଏମ୍ଏସସି ପାଇଁ ୱେବ କାଉନସେଲିଂ ଆରମ୍ଭ ହେବ।

Covidfree Class
କ୍ଲାସ୍‌ ହେଲେ ସ୍କୁଲରେ ବଢିବ ଗହଳି: କୋଭିଡ୍‌ମୁକ୍ତ ସରକାରଙ୍କ ଚ୍ୟାଲେଞ୍ଜ୍

ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକରେ ଗାଇଡ ଲାଇନ୍ କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଭିଭାବକଙ୍କ ମନରେ କିନ୍ତୁ ଶଙ୍କା ରହୁଛି।

BIG School Reopening Update | Odisha Schools To Reopen For These Classes
କିଭଳି ପାଳନ ହେବ SOP?

ପୂଜା ଛୁଟି ପରେ ସ୍କୁଲ ଖୋଲିଲେ କଡ଼ାକଡ଼ି ଅନୂପାଳନ ହେବ ଏସ୍ଓପି…

Sop for Offline class
ଅଷ୍ଟମ ଓ ଏକାଦଶ ପାଠପଢା ନେଇ ଜାରି ହେଲା ଏସଓପି

୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି। 

jee advanced
ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନସଡ୍‌ ରେଜଲ୍ଟ। ଦିଲ୍ଲୀର ମୃଦୁଳ ଅଗ୍ରୱାଲ ଟପ୍ପର

ପ୍ରକାଶ ପାଇଲା ଜେଇଇ ଆଡଭାନସଡ୍ ରେଜଲ୍ଟ । ଚଳିତବର୍ଷ ୪୧ ହଜାର ୮୬୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ଦିଲ୍ଲୀର ମୃଦୁଳ ଅଗ୍ରୱାଲ ଟପ୍ପର ହୋଇଛନ୍ତି। ସେ ୩୪୮ ନମ୍ବର ରଖିଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ କାବ୍ୟା ଚୋପ୍ରା ମହିଳା ବିଭାଗରେ ଟପ୍ପର ହୋଇଛନ୍ତି । ଚଳିତବର୍ଷ ଏକ ଲକ୍ଷ ୪୧ ହଜାର ୬୯୯ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନସଡ୍ ପରୀକ୍ଷା ଦେଇଥିଲେ।

Class 11 To Reopen In Odisha From Oct 21, Class 8 From Oct 25
ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ସ୍କୁଲ୍‌ ଖୋଲିବ

ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ସ୍କୁଲ୍‌ ଖୋଲିବ,୨୫ରୁ ଅଷ୍ଟମ ଶ୍ରେଣୀ ସ୍କୁଲ୍‌ ଖୋଲିବା ନେଇ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ

CBSE Class 10, 12 Term 1 Board Exam Datesheet On October 18
ଅକ୍ଟୋବର ୧୮ରେ ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଓ ଦ୍ୱାଦଶର ଟର୍ମ ୱାନ୍ ବୋଡ଼ ପରୀକ୍ଷାର ସୂଚୀ

ଅକ୍ଟୋବର ୧୮ରେ ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଓ ଦ୍ୱାଦଶର ଟର୍ମ ୱାନ୍ ବୋଡ଼ ପରୀକ୍ଷାର ସୂଚୀ।

School Students
ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ, ଜାଣନ୍ତୁ କେବେ ଆରମ୍ଭ ହେବ କ୍ଲାସ୍‌...

ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍‌ରେ ମୋଡ୍‌ରେ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

CBSE term 1 Exam
ଅଫଲାଇନରେ ହେବ ଦଶମ ଓ ଦ୍ୱାଦଶ ଟର୍ମ-୧ ବୋର୍ଡ ପରୀକ୍ଷା

କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।

Primary School Reopen
ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ମନ୍ତ୍ରୀ। ସେଯାଏ ଅନଲାଇନରେ କ୍ଲାସ ଚାଲିବ ବୋଲି କହିଥିଲେ।

ମୋବାଇଲ ଗେମ୍‌ ନିଶାରେ କୋମଳମତୀ ପିଲା
କାଳ ସାଜିଛି ମୋବାଇଲ୍ ଗେମ୍, ମୃତ୍ୟୁର ପଞ୍ଝାରେ କୋମଳମତି !

ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ।

School May open in odisha
ପୂଜା ଛୁଟି ପରେ ଖୋଲିପାରେ ପ୍ରାଇମେରୀ ସ୍କୁଲ

ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ।

Student
ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିକୁ ନେଇ ଉଠିଲା ପ୍ରଶ୍ନ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପିଛା ଛାଡୁନି ବିବାଦ । ଏବେ ପିଲାଙ୍କ ଭିତରେ ନୂଆ ପରୀକ୍ଷା ନୀତିକୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କା ବଢିବାରେ ଲାଗିଛି । ଆଶଙ୍କା ଏହା ଯେ ଏନେଇ ଘରୋଇ କଲେଜର ପିଲା ଅଧିକ ମାର୍କ ପାଇଯିବେ ।

OAS Topper
ଅଶ୍ୱିନୀ ପଣ୍ଡା OAS ଟପ୍ପର

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି।

Ashwini Kumar Panda
ପ୍ରକାଶ ପାଇଲା OAS ରେଜଲ୍ଟ : ଅଶ୍ୱିନୀ କୁମାର ପଣ୍ତା ଟପ୍ପର

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଖୁସିର କଥା ଏହା ଯେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି ।

NEW +2 EXAM PATTERN
ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ପରୀକ୍ଷା ନୀତି

ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍‌ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

Union Education Minister
ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ। ସମ୍ବଲପୁର ରେଢ଼ାଖୋଲ ଗସ୍ତ ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ସମୀର ଦାଶ
ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରହୁ: ମନ୍ତ୍ରୀ

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ଆନ୍ଦୋଳନ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶଢେଇକଳାରେ ଆଜି ଶତାଧିକ ଓଡ଼ିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

Odisha Plus 2 Offline Exam
ଆଜିଠୁ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା

ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ଲାଗି ଆଜିଠୁ ଆରମ୍ଭ ହେଉଛି ସ୍ପେଶାଲ ଏକଜାମ। ଏମ୍ଆଇଏଲ୍ ଏବଂ ଓଡିଆ ସହ ଇଲେକ୍ଟିଭ ପେପରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ କୋଭିଡ୍ ପ୍ରୋଟୋକଲ୍ ଅନୁପାଳନ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ojee
ବହାରିଲା OJEE ରେଜଲ୍ଟ; MCAରେ ନିଶିକାନ୍ତ ପରିଡ଼ା, MBAରେ ଆଶୁତୋଷ ରଥ ଟପ୍ପର

ଓଜେଇଇ ବିଟେକ୍ ସ୍ପେସାଲରେ ପୀୟଷ ଚନ୍ଦୁକା ଟପ୍ପର ହୋଇଛନ୍ତି । ସେହିପରି MCA ରେ ଟପ୍ପର ହୋଇଛନ୍ତି ନିଶିକାନ୍ତ ପରିଡ଼ା । MBAରେ ଟପ୍ପର ହୋଇଛନ୍ତି ଆଶୁତୋଷ ରଥ ।

sarmistha
ବାପା-ମାଆ ଛେଉଣ୍ଡ ଶର୍ମିଷ୍ଠା ହେଲେ ଟପର୍, ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ

ଏ ଝିଅର ନିଷ୍ଠାକୁ ମାନିବାକୁ ପଡିବ । ବାପାମାଆ ଦୁଇ ଜଣଯାକ ଜଣକ ପରେ ଜଣେ ଚାଲିଗଲେ । ଘରେ ଆଉ କେହି ନଥିଲେ । ପ୍ରଶାସନ ଝିଅଟିକୁ ଆଣି ଗୋଟିଏ ଶିକ୍ଷାଶ୍ରମରେ ରଖି ପାଠ ପଢାଇଲା । ଏ ବର୍ଷ ଦଶମ ପାସ୍ କଲା । ହେଲେ ତା ପରେ ସମସ୍ତଙ୍କୁ ଚମକାଇଦେଲା, ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାର ଲକ୍ଷ୍ୟ ରଖିଛି ଶର୍ମିଷ୍ଠା।

Adarsha Vidyalaya
ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ : ଶିଳାନ୍ୟାସ ପରେ ବି ତିଆରି ହୋଇପାରୁନି ଆଦର୍ଶ ବିଦ୍ୟାଳୟ

ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରି ଭୁଲିଯାଇଛନ୍ତି ସରକାର । ଏପଟେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଆଜି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି ।

ୟାଶ ଜାଲୁକା
ପ୍ରଥମ ଚାନ୍ସରେ ସିଭିଲ ସର୍ଭିସ କ୍ଲିୟର: ଦେଶରେ ଟପ୍‌-୪ରେ ରହିଲେ ବଡ଼ବିଲର ୟାଶ୍

ୟାଶ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢୁଥିଲେ। ୨୦୧୨ରେ ସେଠାରୁ ୨ୟ ଟପର ହୋଇ କୃତକାର୍ଯ୍ୟ ହୋଇଥିଲେ। ତାଙ୍କର ଯୁକ୍ତ ୨ ପାଠପଢା ପରେ ସେ ଦିଲ୍ଲୀର କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ କରି ଦିଲ୍ଲୀ ସ୍କୁଲ ଅପ ଇକୋନୋମିକରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ ସେ ଅର୍ଥଶାସ୍ତ୍ରକୁ ତାଙ୍କର ଅଫସନାଲ ରଖିଥିଲେ।

Utkal University 2nd Campus
ବେଆଇନ୍‌ ଫି’ ଆଦାୟ ବିରୋଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ

ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ କଲେ ଆନ୍ଦୋଳନ । ଯାଜପୁର ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ରେ ପଢ଼ାଯାଉଥିବା ନର୍ସିଂ ଶିକ୍ଷାରେ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

Students orphaned by Covid need not pay exam fees
ଅନାଥଙ୍କୁ ପରୀକ୍ଷା ଫି ଛାଡ : ସିବିଏସଇ ପକ୍ଷରୁ ବିଜ୍ଞପ୍ତି ଜାରି

କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା । ମହାମାରୀ କରୋନାରେ ଯେଉଁ ଛାତ୍ରଛାତ୍ରୀମାନେଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କର ଦେୟ ଛାଡ କରାଯିବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ୨୦୨୧-୨୨ ଶିକ୍ଷା ବର୍ଷରେ ପରୀକ୍ଷା ଫି କିମ୍ବା ପଂଜୀକରଣ ଫି ଦେବେ ନାହିଁ