Advertisment

ଏଣିକି M.phil, PhD ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏମ୍ଫିଲ୍, ପିଏଚ୍‌ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
ଏଣିକି ଏମ୍‌ଫିଲ୍‌, ପିଏଚ୍‌ଡି, ଡିଲିଟ୍‌ ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏଣିକି ଏମ୍‌ଫିଲ୍‌, ପିଏଚ୍‌ଡି, ଡିଲିଟ୍‌ ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏମ୍ଫିଲ୍, ପିଏଚ୍‌ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ ।

Advertisment

 ପାଠ୍ୟକ୍ରମ ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ନୀତି ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ଏହି ସଂପର୍କରେ ଗତକାଲି ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏ ସଂପର୍କରେ ଚିଠି ଲେଖିଛନ୍ତି।

Advertisment

ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଏକ ସମୟରେ ଗବେଷଣା ପାଠ୍ୟକ୍ରମର ନାମଲେଖା ହେବ ଏବଂ ପାଠ୍ୟକ୍ରମର ସମୟସୀମା ମଧ୍ୟ ନିର୍ଦ୍ଧାରଣ ହେବ ବୋଲି କୁହାଯାଇଛି ।

Entrance Tests
Advertisment
Advertisment