Advertisment

ସ୍କୁଲ୍‌ ପରେ ଏବେ ଖୋଲିବ ଅଙ୍ଗନବାଡ଼ି, ପ୍ରସ୍ତୁତି ପାଇଁ ଚିଠି

ରାଜ୍ୟରେ କରୋନା ସଂକ୍ରମଣ ଥମିବା ପରେ ରାଜ୍ୟବ୍ୟାପୀ ଅଙ୍ଗନବାଡ଼ି ସେଣ୍ଟର ଖୋଲିବାକୁ ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି।

author-image
Rajalaxmi Sahoo
 Anganwadi Reopening

Anganwadi Reopening

ରାଜ୍ୟରେ କରୋନା ସଂକ୍ରମଣ ଥମିବା ପରେ ରାଜ୍ୟବ୍ୟାପୀ ଅଙ୍ଗନବାଡ଼ି ସେଣ୍ଟର ଖୋଲିବାକୁ ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି। ବିଭାଗୀୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ ଅଙ୍ଗନବାଡ଼ି ସେଣ୍ଟର ଗୁଡ଼ିକୁ ପୁଣି ଥରେ ଖୋଲିବାକୁ ସରକାର ଯୋଜନା କରୁଛନ୍ତିି।

Advertisment

ଗତ ୨ ବର୍ଷ ହେଲାଣି ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା ବନ୍ଦ ରହିଥିବାରୁ ସେଣ୍ଟର ଗୁଡ଼ିକୁ ଖୋଲିବା ପୂର୍ବରୁ ଏହାର କୋଠା ଓ ଅନ୍ୟ ଉପକରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦାୟିତ୍ୱରେ ଥିବା ଅଧିକାରୀ ଏସବୁର ପ୍ରସ୍ତୁତି ଯାଞ୍ଚ କରି ଆସନ୍ତା ୧୬ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଫେବୃଆରୀ ୭ରୁ କରୋନା କଟକଣା ମଧ୍ୟରେ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍‌ରେ ପାଠପଢ଼ା ଆରମ୍ଭ ହୋଇଛି। ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍‌ ସକାଳ ୧୦ରୁ ଦିନ ୧ଟା ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍‌ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ। 

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୫୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୮୯୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୬୪୨ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୪୨ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୧୪ରେ ପହଞ୍ଚିଛି। 

Anganwadi Reopening Anganwadis In Odisha
Advertisment
Advertisment