Advertisment

ସ୍କୁଲ୍‌ରେ ୧୧ ଦିନିଆ ଖରାଛୁଟି ଘୋଷଣା କଲେ ଓଡ଼ିଶା ସରକାର

ଘୋଷଣା ହେଲା ଖରାଛୁଟି। ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ଘୋଷଣା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Government declare summer vacation

Odisha Government declare summer vacation

ଘୋଷଣା ହେଲା ଖରାଛୁଟି। ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ଘୋଷଣା ହୋଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ୍‌ ଚାଲୁ ରହିବ ଓ ଏଥିପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲ୍‌ ଚାଲିବ। 

Advertisment

ସେହିପରି ଏପ୍ରିଲ ୨୦ ସୁଦ୍ଧା ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ସରିବ। ଏପ୍ରିଲ ୨୦ରୁ ଏପ୍ରିଲ ୩୦ ମଧ୍ୟରେ ନୂଆ ଆଡମିଶନ ଏବଂ ରି- ଆଡମିଶନ ପ୍ରକ୍ରିୟା ଶେଷ ହେବ। BSEର ନୂଆ ନିୟମ ଅନୁସାରେ, ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ନବମ ଶ୍ରେଣୀ ଛାତ୍ରଛାତ୍ରୀ କିନ୍ତୁ ସମେଟିଭ୍ ଆସେସମେଣ୍ଟ ଟୁ ପରୀକ୍ଷା ଦେବେ। 

ଅନ୍ୟପକ୍ଷେ, ଆସନ୍ତା  ମେ’ ୧୦ ତାରିଖ ସୁଦ୍ଧା ନବମ ଶ୍ରେଣୀ ପିଲାଙ୍କ ଦଶମ ଶ୍ରେଣୀ ପାଇଁ ପ୍ରମୋସନ ପ୍ରକ୍ରିୟା ସରିବ।  ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସକାଳୁଆ ସ୍କୁଲ ଜାରି ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।  ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ରହିବ ବୋଲି କୁହାଯାଇଛି।

Advertisment

ସୂଚନାଥାଉ କି, ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍‌ ଆରମ୍ଭ କରାଯାଇଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ୍‌ ଓ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ଚାଲିଛି।

ଗତ କିଛି ଦିନ ହେଲାଣି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି।

Summer Vacation School Summer Vacation
Advertisment
Advertisment