Advertisment

ମେ’ ୧ରୁ ନୂଆ ଶିକ୍ଷାବର୍ଷ: ୧୦୦% ସିଲାବସ୍‌ରେ ହେବ ପାଠପଢ଼ା

ଏଣିକି ୧୦୦% ସିଲାବସ୍‌ରେ ହେବ ପାଠପଢ଼ା। ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
New Academic Session To Begin From May 1

New Academic Session To Begin From May 1

ଏଣିକି ୧୦୦% ସିଲାବସ୍‌ରେ ହେବ ପାଠପଢ଼ା। ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। 

Advertisment

ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଶତ ପ୍ରତିଶତ କୋର୍ସରେ ପାଠପଢ଼ା ହେବ। ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦% ସିଲାବସ୍ କଟା ଯାଇଥିଲା। ମହାମାରୀ ପ୍ରଭାବ ନଥିବାରୁ ପୂର୍ବ ଭଳି ପରୀକ୍ଷା କରିବାକୁ CBSE ନିଷ୍ପତ୍ତି ନେଇଛି। ଆମେ ମଧ୍ୟ ଏ ବିଷୟ ନେଇ ଚିନ୍ତା କରୁଛୁ। ନବମ ଓ ଦଶମରେ ପ୍ରାକ୍ଟିକାଲ ପରୀକ୍ଷା କଥା ବି ଚିନ୍ତା କରାଯାଇଛି।

ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ଘୋଷଣା ହୋଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ୍‌ ଚାଲୁ ରହିବ ଓ ଏଥିପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲ୍‌ ଚାଲିବ।

Advertisment
Minister Samir Ranjan Dash Syllabus New Academic Session
Advertisment
Advertisment