• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଲାଗିଲା ଅଙ୍କୁଶ। ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଯାଇଛି। ଏନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ, ସେଲ୍ଫ ଫାଇନାନ୍ସ କୋର୍ସ ଦ୍ୱାରା ରେଗୁଲାର କୋର୍ସ ପ୍ରଭାବିତ ହେଉଛି । ସେଲ୍ଫ ଫାଇନାନ୍ସ କୋର୍ସ ବିଶ୍ୱବିଦ୍ୟାଳୟ ସିଟ୍‌ର ୨୦% ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଣିକି PPP ମୋଡ୍‌ରେ ଆଉ ଚାଲିପାରିବନି ସେଲ୍ଫ ଫାଇନାନ୍ସ କୋର୍ସ। ବିଶ୍ୱବିଦ୍ୟାଳୟକୁ ଡାଇରେକ୍ଟ ମୋଡ୍‌ରେ ସେଲ୍ଫ ଫାଇନାନ୍ସ କୋର୍ସ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରାଇଭେଟ ପାର୍ଟି ସେଲ୍ଫ ଫାଇନାନ୍ସ କୋର୍ସରେ ସାମିଲ ହୋଇପାରିବେ ନାହିଁ।

ଯେଉଁଠି କୋର୍ସ ଚାଲିଛି ସେନେଇ ବିଶ୍ୱବିଦ୍ଯାଳୟ ସିଣ୍ଡିକେଟ ନିଷ୍ପତ୍ତି ନେବ । ୨୦୨୨ ଜୁନ ୩୦ ଭିତରେ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ନିଷ୍ପତ୍ତି ନେବ । ତେବେ ଯେଉଁମାନେ ନାମ ଲେଖାଇଛନ୍ତି ସେମାନେ କୋର୍ସ ଶେଷ କରିପାରିବେ ବୋଲି କୁହାଯାଇଛି । 

ରୋଗୁଲାର କୋର୍ସରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖି ଏବାକୁ ଗୁରୁତର ସହ ନେଇଛନ୍ତି କୁଳାଧିପତି। l ଏଣିକି ବିଶ୍ୱବିଦ୍ୟାଳୟରେ ସେଲ୍ପ ଫାଇନାନ୍ସ କୋର୍ସ ପାଇଁ କେଉଁ ସବୁ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି, ଜାଣନ୍ତୁ

  • ସେଲ୍ଫ ଫାଇନାନ୍ସ କୋର୍ସ PPP ମୋଡ୍‌ରେ କରାଯିବ। ଅର୍ଥାତ ସବୁ ରେଗୁଲାର କୋର୍ସର ୨୦ ପ୍ରତିଶତ ସେଲ୍ପ ଫାଇନାନ୍ସ ପାଇଁ ସିଟ୍‌ ରହିବ। ଉଦାହରଣ- ଯଦି ଗୋଟିଏ ବିଶ୍ୱବିଦ୍ୟାଳୟରେ  ରେଗୁଲାର କୋର୍ସ ପାଇଁ ୬୦୦ ସିଟ୍‌ ରହିଛି, ତେବେ ସେଲ୍ପ ଫାଇନାନ୍ସ କୋର୍ସ ପାଇଁ ବିଶ୍ୱବିଦ୍ୟାଳୟରେ ୧୨୦ ସିଟ୍‌ ରହିବ।
  • ଯଦି ବର୍ତ୍ତମାନ କୌଣସି ବିଶ୍ୱବିଦ୍ୟାଳୟରେ ନିର୍ଦ୍ଧାରିତ ସିଟ୍ ଠାରୁ ଅଧିକ ସିଟ୍ ରହିଛି, ତାହାହେଲେ ୨୦୨୨-୨୩ ଶିକ୍ଷାବର୍ଷରେ ସିଟ୍‌ କମାଇବେ। ପ୍ରତି ସେଲ୍ପ ଫାଇନାନ୍ସ କୋର୍ସର ପରିଚାଳନା ଓ ନିଷ୍ପତ୍ତି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ତଥା ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ନେବ।
  • ବିଶ୍ୱବିଦ୍ୟାଳୟରେ କେଉଁ ସେଲ୍ପ ଫାଇନାନ୍ସ କୋର୍ସ ଚାଲୁ ରହିବ କିମ୍ବା ବନ୍ଦ କରାଯିବ, ଏନେଇ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ବୋର୍ଡ ଅଫ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବେ। ଯେଉଁ କୋର୍ସକୁ ବନ୍ଦ କରିଦିଆଯିବ, ସେଥିରେ ଚଳିତ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀ ଆଡମିଶନ କରିପାରିବେ ନାହିଁ। ବନ୍ଦ ହୋବାକୁ ନିଷ୍ପତ୍ତି ନିଆଯାଇଥିବା କୋର୍ସ ବର୍ଷେ କିମ୍ବା ୨ ବର୍ଷ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ଶେଷ ବ୍ୟାଚ୍‌ର ଛାତ୍ରଛାତ୍ରୀ ପାସ୍‌ କରିବା ପରେ ଏହି କୋର୍ସକୁ ବନ୍ଦ କରିଦିଆଯିବ।
  • ନିର୍ଦ୍ଦେଶନାମା ଅନୁସାରେ ଯଦି ଭବିଷ୍ୟତରେ ନୂଆ ସେଲ୍ପ ଫାଇନାନ୍ସ କୋର୍ସ ପାଇଁ ବିଶ୍ୱବିଦ୍ୟାଳୟ ଆବଶ୍ୟକତା ଅନୁଭବ କରେ, ତେବେ ଏହା ପିପିପି ମୋଡ୍‌ରେ ନୁହେଁ ବରଂ ଡାଇରେକ୍ଟ ମୋଡ୍‌ରେ ଚାଲିବ। ଡାଇରେକ୍ଟ ମୋଡ୍‌ର ଅର୍ଥ- ଏହି ସେଲ୍ଫ ଫାଇନାନ୍ସ କୋର୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ଚାଲିବ। ଏଥିରେ ପବ୍ଲିକ୍ କିମ୍ବା କୌଣସି ପ୍ରାଇଭେଟ୍ ସଂସ୍ଥା ସାମିଲ ହେବେ ନାହିଁ। ପିପିପି ମୋଡ୍‌ର ଅର୍ଥ- ଯେଉଁ କୋର୍ସ ବିଶ୍ୱବିଦ୍ୟାଳୟ ଓ ଘରୋଇ ସଂସ୍ଥା ଦ୍ୱାରା ମିଳିତ ଭାବେ ଚାଲିଥାଏ। 
  • ସେଲ୍ଫ ପାଇନାନ୍ସ କୋର୍ସରେ ଆଡମିଶନ୍‌, ମେରିଟ୍‌ ଲିଷ୍ଟ ଅନୁସାରେ କରାଯିବ।