/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649297183.jpg)
JEEMain2022 Exam Postponed, NTA Releases New Dates
ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍)ର ପ୍ରଥମ ସେସନ୍ ଏବଂ ଦ୍ୱିତୀୟ ସେସନ୍ ପାଇଁ ପୁଣି ତାରିଖ ବଦଳିଛି । ଏପ୍ରିଲ ୨୧ରୁ ମେ ୪ ଯାଏଁ ହେବାକୁ ଥିବା ପ୍ରଥମ ସେସନ୍ ଜୁନ୍ ୨୧ରୁ ଆରମ୍ଭ ହୋଇ ଜୁନ୍ ୨୯ରେ ସରିବ ।
ସେହିପରି ମେ ୨୪ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ସେସନ୍ ଜୁଲାଇ ୨୧ ରୁ ଆରମ୍ଭ ହୋଇ ୩୦ରେ ସରିବ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି କରାଯାଇଛି ।
ପ୍ରଥମ ସେସନ୍ ପାଇଁ ରେଜିଷ୍ଟ୍ରେସନ୍ ସରିଯାଇଥିବାବେଳେ ଦ୍ୱିତୀୟ ସେସନ୍ ପାଇଁ ଖୁବଶୀଘ୍ର ଅନଲାଇନ୍ରେ ଫର୍ମ ଉପଲବ୍ଧ ହେବ ବୋଲି ନୋଟିସ୍ରେ ଦର୍ଶାଯାଇଛି ।
ଅନ୍ୟପକ୍ଷେ, ଗତକାଲିଠାରୁ NEET (UG) 2022 ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆସନ୍ତା ମେ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଛାତ୍ରଛାତ୍ରୀ ମେ ୬ ତାରିଖ ଯାଏଁ ଆବେଦନ କରିପାରିବେ । ଓଡ଼ିଶା ସମେତ ୧୩ଟି ଭାଷାରେ ହେବ NEET ପରୀକ୍ଷା । ୨୦୨୨ ଜୁଲାଇ ୧୭ ତାରିଖରେ ପରୀକ୍ଷା ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଦେଶ ଭିତରେ ପ୍ରାୟ ୫୪୩ଟି ସହର ଏବଂ ଦେଶ ବାହାରେ ୧୪ଟି ସହରରେ ଏହି NEET ପରୀକ୍ଷା କରାଯିବ ବୋଲି ନୋଟିସ୍ରେ ଏନ୍ଟିଏ ଦର୍ଶାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)