Advertisment

ଏଣିକି KVରେ ସ୍ଥଗିତ ହେଲା ସାଂସଦ କୋଟା

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟା ସ୍ଥଗିତ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏଭଳି ବଡ଼ ନିଷ୍ପତ୍ତି ନେଇଛି ।

author-image
Otv Khabar Bureau
Kendriya Vidyalaya Sangathan Put on Hold Admission in KVs Under Special Provisions

Kendriya Vidyalaya Sangathan Put on Hold Admission in KVs Under Special Provisions

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟା ସ୍ଥଗିତ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏଭଳି ବଡ଼ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ ବିଦ୍ୟାଳୟରେ କୋଟା ବଳରେ ନାମଲେଖା ସୁବିଧାକୁ ସ୍ଥଗିତ ରଖିଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ । ସାଂସଦ ଓ ଜିଲ୍ଲାପାଳଙ୍କ କୋଟାରେ ନାମଲେଖା ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ କୋଟାରେ ନାମଲେଖା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯଇଛି ।

Advertisment

ଏହାବ୍ୟତୀତ ଅନ୍ୟ ସମସ୍ତ କୋଟା ଯେପରି କେନ୍ଦ୍ର ସରକାରଙ୍କ କର୍ମଚାରୀ, କେଭିରେ କାର୍ଯ୍ୟରତ ଅଭିଭାବକଙ୍କ କୋଟା ପୂର୍ବ ଭଳି ଜାରି ରହିବ ।

କେନ୍ଦ୍ର ବିଦ୍ୟାଳୟରେ ପ୍ରଥମରୁ ନବମ ଶ୍ରେଣୀ ପାଇଁ ପ୍ରତିବର୍ଷ ଜଣେ ସାଂସଦ ୧୦ ଜଣ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ପାଇଁ ସୁପାରିଶ କରିପାରୁଥିଲେ । ହେଲେ ଚଳିତ ବର୍ଷରୁ ଏହି ନିୟମ ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାର ଚିନ୍ତା କରିଛନ୍ତି ।

Advertisment
Kendriya Vidyalaya Sangathan
Advertisment
Advertisment