Advertisment

ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟରେ ପୁଣି ଆରମ୍ଭ ହେବ ବାୟୋମେଟ୍ରିକ୍ ଉପସ୍ଥାନ

ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Biometric attendance to resume in all colleges, universities of Odisha from April 18

Biometric attendance to resume in all colleges, universities of Odisha from April 18

ଦୀର୍ଘ ୩ ମାସର ବ୍ୟବଧାନ ପରେ ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା । ଏନେଇ ଉଚ୍ଚଶିକ୍ଷା ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଏବଂ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି ।

Advertisment

ଆସନ୍ତା ୧୮ ତାରିଖରୁ ସମସ୍ତ କର୍ମଚାରୀ ମାନଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠିରେ ଦର୍ଶାଇଛନ୍ତି ।

କରୋନାର ତୃତୀୟ ଲହର ସମୟରେ ଗତ ଜାନୁଆରୀ ୭ ତାରିଖରୁ ବାୟୋମେଟ୍ରିକ ବ୍ୟବସ୍ଥା ବନ୍ଦ ଥିଲା । ଏବେ ସଂକ୍ରମଣ ହାର ହ୍ରାସ ପାଇବା ପରେ ଏବଂ ଗାଇଡ୍‌ଲାଇନ ଅନୁଯାୟୀ, କରୋନା କଟକଣା କୋହଳ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Advertisment

ଅନ୍ୟପକ୍ଷେ, ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଯାଇଛି। ଏନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ, ସେଲ୍ଫ ଫାଇନାନ୍ସ କୋର୍ସ ଦ୍ୱାରା ରେଗୁଲାର କୋର୍ସ ପ୍ରଭାବିତ ହେଉଛି । ସେଲ୍ଫ ଫାଇନାନ୍ସ କୋର୍ସ ବିଶ୍ୱବିଦ୍ୟାଳୟ ସିଟ୍‌ର ୨୦% ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Odisha Odisha Higher Education University Biometric Attendance
Advertisment
Advertisment