ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ କଲା ମାରାଣାତ୍ମକ ଆକ୍ରମଣ। ସ୍ତ୍ରୀର ପେଟ ଚିରି କରୁଥିଲା ଲିଙ୍ଗ ନିରୂପଣ। କୋର୍ଟ ଦେଲେ ଆଜୀବନ କାରାଦଣ୍ତ ଦଣ୍ତାଦେଶ।
ଚୋରି ହେଲା ଜଜ୍ଙ୍କ କୁକୁର । ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଉତ୍ତର ପ୍ରଦେଶର ଜଣେ ଜଜ୍ଙ୍କ ଘରୁ ତାଙ୍କ ପୋଷା କୁକୁରକୁ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।
ପିପିଲିରେ ସମିତି ସଭ୍ୟଙ୍କୁ ମାଡ଼ । ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ, ୩ ଅଟକ । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ।
କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ।
ଖଣି ଖନନ ପାଇଁ ମିଳିଥିବା ଅନୁମତି ଠାରୁ ଅଧିକ ଲୁହାପଥରକୁ ଖନନ କରାଯାଇଥିବା ଅଭିଯୋଗ ହେବା ପରେ, ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ହୋଇଥିଲା ।
ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
Quick Click Ad Media ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ ଗିରଫ । ପୂର୍ବରୁ ଗିରଫ ହୋଇଥିଲେ ବିମାଳାନନ୍ଦଙ୍କ ପତ୍ନୀ ରମି ଭୂୟାଁ ।
ନାବାଳକ ବୋଲି ଜାମିନ୍, କି ଧନୀ ବାପାର ପୁଅ ବୋଲି ମିଳିଲା ଜାମିନ୍ । ଦୁର୍ଘଟଣାରେ ଚାଲିଗଲେ ଦମ୍ପତ୍ତି । କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଗଲା ଜାମିନ୍ । ବୟସ ମାତ୍ର ୧୭ ବର୍ଷ ।
ପୋଲିଂ କର୍ମଚାରୀଙ୍କୁ ଲୋକେ ଅଟକ ରଖିବାକୁ କେନ୍ଦ୍ରକରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିଛନ୍ତି।
ଭାରତରେ ସନ୍ଦିଗ୍ଘ ଆତଙ୍କବାଦୀ! ଗୁଜୁରାଟର ଅହମଦାବାଦରୁ ଧରା ପଡ଼ିଲେ ୪ ସନ୍ଦିଗ୍ଧ ISISI ଆତଙ୍କବାଦୀ । ଆଜି ଗୁଜୁରାଟର ଆଣ୍ଟି ଟେରର୍ ସ୍କ୍ୱାର୍ଡ ଆତଙ୍କବାଦୀମାନଙ୍କୁ ଅହମଦାବାଦ ବିମାନବନ୍ଦରରୁ ଗିରଫ କରିଛି ।
ବୁଥ୍ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି ।
ଖଲ୍ଲିକୋଟ ହିଂସା ଓ ହତ୍ୟା ଘଟଣାରେ ପୋଲିସକୁ ଟାର୍ଗେଟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ମିଳିଛି ୩ ଲକ୍ଷ ୪୦ ହଜାର ଟଙ୍କା।
ଗୋଚର ଜମି ଉପରେ ବେଆଇନ ରାସ୍ତା ନିର୍ମାଣ, ସ୍ଥାନୀୟ ଲୋକଙ୍କୁ ସ୍କୁଲରେ ନିଯୁକ୍ତି ନମିଳିବା, ନାମଲେଖା ନାଁରେ ଆଦିବାସୀ ପିଲାଙ୍କୁ ଶୋଷଣ ଆଦି ଏକାଧିକ ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି ଲୁଣିବାହାଲ ଗ୍ରାମବାସୀ।
ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT । ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି ।
ଅଶାନ୍ତ ହୋଇଯାଇଛି ଗଞ୍ଜାମ ଜିଲ୍ଲା । ନିର୍ବାଚନ ୨୦ ତାରିଖରେ ଥିବା ବେଳେ ତା ପୂର୍ବରୁ ଖଲ୍ଲିକୋଟରେ ଘଟିଛି ରାଜନୈତିକ ହିଂସାକାଣ୍ଡ । ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଗିରଫ। ଥାନା ଘେରିବାକୁ ଯାଇଥିବା ଜନତା ଉପରେ ପୋଲିସର ଲାଠିଚାର୍ଜ।
ଗତକାଲି ଦିଲ୍ଲୀ AIIMS ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ସ୍ବାତୀ । ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଦେଇଛନ୍ତି ।
ବଢିଚାଲିଛି ସାଇବର୍ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍ ଚଳାଇଛନ୍ତି।
ବାହାଘରରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ଛୁଆକୁ କାର୍ରେ ଛାଡ଼ି ଭୁଲିଯାଇଥିଲେ । ଫେରି ଆସି ଦେଖନ୍ତି ତ ଛୁଆ ଆଉ ନାହିଁ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ରାଜସ୍ଥାନର କୋଟାରେ ।
ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।
ବିଜେପିରେ ଭୋଟ ଦେବା ଓ ବିଜେପିକୁ ସମର୍ଥନ କରି ପ୍ରଚାରରେ ବୁଲିବାରୁ ଗାଁ ଦାଣ୍ଡକୁ ଡାକି କଙ୍ଗାରୁ କୋର୍ଟ ଦ୍ୱାରା ଜରିମାନା ଆଦାୟ କରାଯାଇଛି।
ଏହି ପ୍ରକାରର ଠକେଇ ବିଷୟରେ ସଚେତନ ହେବା ଏବଂ ସଚେତନତା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ଏପରି କଲ୍ ପାଆନ୍ତି ତେବେ ତୁରନ୍ତ ଏନେଇ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର 1930 କିମ୍ବା www.cybercrime.gov.inରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ନବରଙ୍ଗପୁର ଡଙ୍ଗରଭେଜା ଗାଁର ବ୍ୟବସାୟୀ ସୁନୀଲ ସାହୁଙ୍କ ଘରୁ ଏବଂ ଜଣେ ଶିକ୍ଷୟିତ୍ରୀଙ୍କୁ ଭଡାରେ ଦେଇଥିବା ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।
ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ପରେ ଏବେ ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବା ନେଇ ଆସିଛି ଧମକ। ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ନେଇ ସୂଚନା ମିଳିଛି।
ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ। SSTକୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ।