/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724134721.jpg)
Odisha Crime
ଗତକାଲି ଭାଇ ଭଉଣୀର ସମ୍ପର୍କରେ ଲାଗିଥିଲା ରକ୍ତର ଦାଗ । ରାକ୍ଷୀରେ ଭଉଣୀକୁ ମାରିଥିଲା ଭାଇ । ଛୁରୀରେ ବେକ କାଟିଲା, ପରେ ଫେରାର ହେବାକୁ ଚେଷ୍ଟା କରିଥିଲା । ତେବେ ବିଧିର ବିଧାନ ଥିଲା ବିଚିତ୍ର । ହତ୍ୟା କରିବା ପରେ ଫେରାର ହେବା ଚକ୍କରରେ ବସ୍ ସହ ପିଟି ହୋଇଥିଲା ଅଭିଯୁକ୍ତ । ବ୍ରହ୍ମପୁର ପୋଚିଲିମା ନିକଟରେ ଏକ ବସ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିଲେ ।
ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ, ରାକ୍ଷୀରେ ଭଉଣୀକୁ ଛୁରା ମାଡ଼ କରିଥିଲା ଭାଇ । ମୃତକ ଜଣକ ଥିଲେ ପ୍ରାଜକ୍ତା ପାଣିଗ୍ରାହୀ । ବୟସ ମାତ୍ର ୧୩ ବର୍ଷ । ତାଙ୍କ ନିଜ ଘର ନିମଖଣ୍ଡି ଲୋଚାପଡା ଅଞ୍ଚଳରେ ।
ଗତକାଲି ବଡ଼ ବଜାର ଥାନା ଜଗନ୍ନାଥ ବିହାର ୭ମ ଲେନ୍ ସ୍ଥିତ ତାଙ୍କ ବଡ ବାପାଙ୍କ ଘରକୁ ସେ ଯାଇଥିଲେ । ସେଠାରେ ସେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ । ଏହି ସମୟରେ ପରିବାର ଲୋକେ ତଳେ ଥିବା ବେଳେ ଉପରେ ପିଲା ମାନେ ଖେଳୁଥିଲେ । ତେବେ ହଠାତ୍ କୌଣସି କାରଣକୁ ନେଇ ଏମ.ଫାର୍ମା ପଢୁଥିବା ଅଭିଯୁକ୍ତ ଆଶୁତୋଷ ପାଣିଗ୍ରାହୀ ଏକ ଛୁରା ସାହାଯ୍ୟରେ ପ୍ରାଜକ୍ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ ।
ପରେ ପରେ ଆୟୁଷ୍ମାନ ପାଣିଗ୍ରାହୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରେ mkcg ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଜକ୍ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିବା ବେଳେ ଆୟୁଷ୍ମାନଙ୍କ ଅବସ୍ଥା ଗୁରୁତର ଥିଲା । ଏଣୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ହତ୍ୟାକାଣ୍ତ ଘଟାଇବାର କିଛି ସମୟ ପରେ ଆକ୍ରମଣକାରୀ ଅଭିଯୁକ୍ତ ଆଶୁତୋଷ ପାଣିଗ୍ରାହୀଙ୍କୁ ହିଞ୍ଜିଳିକାଟୁରୁ ଉଦ୍ଧାର କରାଯାଇଥିଲା ।
ପୋଚିଲିମା ନିକଟରେ ଏକ ବସ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ହତ୍ୟା ପରେ ଫେରାର ବେଳେ ଦୁର୍ଘଟଣା ଘଟିଥିଲା । ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)