• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାଜପୁର CT&GST ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ ଗିରଫ । ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସରକାରୀ ଟିକସ ହେରଫେର ଅଭିଯୋଗରେ ପ୍ରଥମେ ରେଡ୍ କରିଥିଲା ଭିଜିଲାନ୍ସ । ତାପରେ ଗିରଫ କରିଥିଲା । ଜବତ ସ୍କ୍ରାପ୍‌କୁ ବେଆଇନ ଭାବେ ସ୍କ୍ରାପ୍ ଡିଲରକୁ ବିକି ଧରାପଡ଼ିଥିଲେ ଏହି ଆସିଷ୍ଟାଣ୍ଟ କମିନର । ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ ।

ତେବେ ଓଡ଼ିଶାରେ କୌଣସି ସାଧାରଣ ଅଫିସର କିମ୍ବା ବଡ଼ଅଫିସରଙ୍କୁ ଭିଜିଲାନ୍ସ ଗିରଫ କରିବା ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ନୀକଟ ଅତୀତରେ ୧୦ ରୁ ଅଧିକ ସରକାରୀ ଯନ୍ତ୍ରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସମସ୍ତଙ୍କ ନାଁରେ ସମାନ ଅଭିଯୋଗ । ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ସମସ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସବୁଠାରୁ ବଡ଼ କଥା ହେଲା ରାଜ୍ୟରେ ଏବେ ବଡ଼ରୁ ସାନ ସବୁ ଅଫିସରଙ୍କ ମଧ୍ୟରେ ଭିଜିଲାନ୍ସ ରେଡ୍‌ ଭୟ ରହିଥିବା ବେଳେ ନିକଟରେ ଜଣେ ଜିଓଲୋଜିଷ୍ଟ ବାବୁ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । କନସଲଟାନ୍ସି ଫି' କରାଇଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ । ସମ୍ବଲପୁରର ତପନ ମହାନ୍ତି ନାମକ ଜଣେ ହିତାଧିକାରୀଙ୍କୁ ଜଳ ସଂରକ୍ଷଣ ପ୍ରକଳ୍ପର କନସଲଟାନ୍ସି ଫି' କରାଇଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ତପନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । 

ପୂର୍ବ ଯୋଜନା ମୁତାବକ ଅଫିସରେ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗିର, ବରଗଡ଼, ସମ୍ବଲପୁର ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ । ବଲାଙ୍ଗିର ଅଫିସ, ଭଡା ଘର ଏବଂ ସମ୍ବଲପୁର ଘରେ ଚଢ଼ାଉ କରିଥିଲା । ଭଡା ଘର ଭିତରୁ ଭିଜିଲାନ୍ସ ବିଭାଗ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଥିଲା ।

ସେହିପରି ଆଜି ଆୟ ବହିର୍ଭୂତ ସମ୍ପତ୍ତି ନୁହେଁ ବରଂ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ବର ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ରେଡ୍ ହୋଇଥିଲା । କୋଟିଏରୁ ଅଧିକ ଟଙ୍କାର ଅର୍ଥ ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

OTV is now on Whatsapp

Join and get latest news update delivered to you via whatsapp

Join Now