Advertisment

ସିମ୍ ବକ୍ସ ଆତଙ୍କ,ହଟୁଛି ପରଦା; ଭୁବନେଶ୍ବରରୁ କଟକ ଲମ୍ବିଛି ଚେର...

ସିମ୍‌ ବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା। ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୋଲିସ।

author-image
Sujit kumar Swain
undefined

SIM Box

ସିମ୍ ବକ୍ସ ଚେର, ଲମ୍ବିଛି ଭୁବନେଶ୍ବରରୁ କଟକ। କେଶୁରା ସିମବକ୍ସ ମାମଲାରେ ରିମାଣ୍ଡରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳକୁ ନେଇ ଆଜି କଟକ ମଧୁପାଟଣାର ଏକ ଭଡ଼ାଘରୁ ୫ଟି ସିମବକ୍ସ ଜବତ କରିଛି କମିଶନରେଟ୍ ପୋଲିସ। ସେଇଠି ବି ମିଳିଥିଲା ୨ଶହ ସିମ୍ ସହ ସେଟଅପ୍ । ପୋଲିସ ଏହାକୁ ଜବତ କରି କେଉଁ ଉଦ୍ଦେଶ୍ୟରେ ଓ କାହା ନିର୍ଦ୍ଦେଶରେ ଅପରେଟ୍ କରୁଥିଲା ରାଜୁ ? ସେନେଇ ଖୋଳତାଡ଼ କରାଯିବ ବୋଲି କହିବା ସହ ସିମବକ୍ସ ପଛରେ ବେଆଇନ୍ ଆର୍ଥିକ କାରବାରର ଏକ ନୂଆ ଦିଗ ସାମ୍ନାକୁ ଆଣିଛି ପୋଲିସ ।

Advertisment

ସିମ୍‌ ବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା। ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୋଲିସ। ଗତ ଦୁଇ ଦିନ ଧରି ଆପଣ ପଢୁଥିଲେ ଭୁବନେଶ୍ବର କେଶୁରାର କାହାଣୀ। ହେଲେ ଚେର କିନ୍ତୁ ଲମ୍ବିଛି କଟକ ଯାଏଁ। କଟକ ମଧୁପାଟଣା ରାଜେନ୍ଦ୍ରନଗର ଇଲାକାକୁ ଘେରିରହିଥିଲା ପୋଲିସ୍। ତାହାରି ଭିତରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଧରି ପହଞ୍ଚିଲା ସ୍ପେଶାଲ୍ ସ୍କ୍ବାଡ୍। ଆଉ ସିଧା ପୋଲିସ ପଶିଲା ରାଜେନ୍ଦ୍ର ନଗରର ଏକ ଘରେ। ଯେଉଁ ଘରକୁ ଭଡ଼ାରେ ନେଇ ସିମବକ୍ସ ସ୍ଥାପନ କରିଥିଲା ରାଜୁ ମଣ୍ଡଳ। ଘରେ ଲାଇଟ୍ ଜଳୁଛି, ଖଞ୍ଜାଯାଇଛି ବିଭିନ୍ନ ନେଟୱର୍କ କମ୍ପାନୀର ମାଳ ମାଳ ସିମ୍ କାର୍ଡ। କେଉଁ ମେସିନରେ ଲେଖାଯାଇଛି ରିହାଜ୍ ତ ଆଉ କେଉଁ କେଉଁଠିରେ ରହିଛି ୯୦ରୁ ୯୫ ଯାଏଁ ନମ୍ବର। ଏସବୁ ବିଭିନ୍ନ ଦେଶର ISD CODE ନୁହେଁ ତ ? ଯଦି ହଁ, ତେବେ ପାକିସ୍ତାନ, ଆଫଗାନିସ୍ତାନ, ତୁର୍କୀ ଏବଂ ମିଆଁମାର ଭଳି ଦେଶ ସହ ଜାରି ରହିଥିଲା କି ଗୁପ୍ତ ଟେଲିଫୋନିକ୍ କଲ୍ ? କାହିଁକି, କାହା ପାଇଁ ଏବଂ କେତେଦିନ ଧରି କଟକରେ ସିମବକ୍ସ ସ୍ଥାପନ କରିଥିଲା ରାଜୁ ମଣ୍ଡଳ ? ପୋଲିସ ଏହି ସିମବକ୍ସକୁ ସିଜ୍ କରି ରାଜୁଠାରୁ ସତ ଉଗାରୁଛି। 

ରାଜେନ୍ଦ୍ରନଗର ବାସୀ କହିଛନ୍ତି, ବିଳମ୍ବିତ ରାତିରେ କିଏ ଜଣେ ବୁଲେଟରେ ଯିବା ଆସିବା କରେ। କିନ୍ତୁ କାହା ସହ ସେ କଥାବାର୍ତ୍ତା କରୁନଥିଲା। ଏବେ ଏହି ସିମବକ୍ସ ମିଳିବା ପରେ ଭୟ ଲାଗୁଛି। ଏ ସଂପର୍କରେ ଘର ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନି। 

Advertisment

ଓଡ଼ିଶାରେ ସିମ୍ ବକ୍ସ ରଖି ବାଂଲାଦେଶରୁ ଆସାଦ୍ଦୁର ଜମାନ କେମିତି ଅପରେଟ୍ କରୁଥିଲା ? ଏହା ପଛରେ ରହିଛି କି ଆତଙ୍କୀ ଲିଙ୍କ୍ ? ଆସାଦ୍ଦୁର ପାଇଁ କାମ କରୁଥିବା ପଶ୍ଚିମବଙ୍ଗର ରାଜୁକୁ ଆଜିଠୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଥିବାବେଳେ ପ୍ରଥମ ଦିନରେ ଆର୍ଥିକ କାରବାରର ସୁରାଗ୍ ପାଇଛି। ଭୁବନେଶ୍ବର ଡିସିପିଙ୍କ ସୂଚନା, ବାଂଲାଦେଶ ସୀମାରେ ଥିବା କିଛି ଦୋକାନରେ ହୱାଲା ଚାଲୁଥିଲା। କ୍ୟାସ୍ ଆକାରରେ ଟ୍ରାଂଜାକ୍ସନ ହୋଇଥିଲା। ହୱାଲା ଜରିଆରେ ବାଂଲାଦେଶରୁ ଭୁବନେଶ୍ବରକୁ ଟଙ୍କା ଆସିଛି। ବାଂଲାଦେଶରୁ ଲୋକ ଆସି ଟୁଇନସିଟିରେ ଅତି ଚତୁରତାର ସହ ସେଟ୍ ଅପ୍ କରୁଥିଲେ। ତେଣୁ ପଶ୍ଚିମବଙ୍ଗ ପୋଲିସ ସହାୟତା ନେଇ ଏହି ସିଣ୍ଡିକେଟର ଖୁଲାସା କରାଯିବ। ଆବଶ୍ୟକ ସ୍ଥଳେ NIA ଏବଂ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ଡିସିପି କହିଛନ୍ତି।

SIM Box Racket SIM Box
Advertisment
Advertisment