• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ । ଦୁଇ ଦିନ ତଳେ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ । ସେପଟେ ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ଆଜି ହୋଇପାରେ ପଲିଗ୍ରାଫ୍ ବା ଲାଇ ଡିଟେକ୍ସନ ଟେଷ୍ଟ ।

ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି । କୋଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି-CFSLର ୫ ଜଣିଆ ଟିମ୍ । ସେପଟେ ମୃତ ଡାକ୍ତରୀ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଛି ଛାତିଥରା ତଥ୍ୟ । ତାଙ୍କ ଶରୀର ସାରା ୧୬ଟି କ୍ଷତ ଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ: ହୋସ୍ ଉଡ଼ାଇ ଦେଲା ଅଟୋପ୍‌ସି ରିପୋର୍ଟ! ! ମିଳିଲା ଛାତିଥରା ତଥ୍ୟ, ଶରୀରରେ ୧୪ଟି ଗଭୀର କ୍ଷତ

ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟ୍ୟା । ଫଳରେ ଶରୀର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି । ପୋଷ୍ଟମର୍ଟମ ଓ ପରେ ସମ୍ପୂର୍ଣ୍ଣ ଅଟୋପସି ରିପୋର୍ଟରେ ଛାତି ଦୋହଲାଇଲା ଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଅଭୟ୍ୟାଙ୍କ ଶରୀରରେ ୧୪ଟି କ୍ଷତ ଚିହ୍ନ ରହିଛି । ମୁଣ୍ଡ, ବେକ, ମୁହଁ, ଦୁଇ ବାହୁ ଏବଂ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି । ମୁଣ୍ଡ, ବେକ ଓ ପାଟିରେ ଗଭୀର ଆଘାତ ଲାଗିଛି । ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୂର୍ବରୁ ଜଣାପଡ଼ିଥିଲା । ଏବେ ଅଟୋପସିରେ ମୁହଁ ଭିତରେ ବି ଆଘାତ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସେପଟେ କୋଲକାତାରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଲାଗି ଦେଶବ୍ୟାପୀ ଆନ୍ଦୋଳନ ପରେ ବଢ଼ିଲା ଦେଶରେ କେନ୍ଦ୍ର ସରକାରଙ୍କ ଅଧିନରେ ପରିଚାଳିତ ସମସ୍ତ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା । ସବୁ କେନ୍ଦ୍ରୀୟ ମେଡିକାଲ ଗୁଡ଼ିକରେ ୨୫ ପ୍ରତିଶତ ଅଧିକ ସୁରକ୍ଷା ବ୍ୟବସ୍ଥା ବଢାଇବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଏବେ ପ୍ରଚଳିତ ଥିବା ଷ୍ଟାଣ୍ଡାର୍ଡ ସୁରକ୍ଷା ବ୍ୟବସ୍ଥା ସହ ବ୍ୟକ୍ତିଗତ ଆବଶ୍ୟକତା କ୍ଷେତ୍ରରେ ମାର୍ଶାଲମାନଙ୍କୁ ବି ନିଯୁକ୍ତି ମିଳିବାର ବ୍ୟବସ୍ଥା ହୋଇଛି । କୋଲକାତା ଘଟଣା ପରେ ମେଡିକାଲରେ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଲାଗି ଆନ୍ଦୋଳନ ଏବେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଛି । କୋଲକାତା ଅଭୟା କାଣ୍ଡ ପରେ, ସବୁଠି ଚର୍ଚ୍ଚା ହେଉଛି ଯେ, ଭାରତରେ ବି ଏଭଳି ନିର୍ମମ ଶାସ୍ତି ମିଳିଲେ ଅଟକିବ କି ଦୁଷ୍କର୍ମ ?

ଏସବୁ ଭିତରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଆଉ ଏକ ଦଣ୍ଡ ବ୍ୟବସ୍ଥା । ପୌରାଣିକ ଦଣ୍ଡ ବିଧାନ କଥା। କୁହାଯାଉଛି, ଗରୁଡ଼ ପୁରାଣ ଅନୁସାରେ, ଦୁଷ୍କର୍ମ ବା ବିବାହ କରିବାର ଯୋଜନା ନଥାଇ ଶାରୀରିକ ସଂପର୍କ ରଖିଲେ, ଦୋଷୀକୁ ମଳ-ମୂତ୍ର-କଫ ଭର୍ତ୍ତି କୁଣ୍ଡରେ ନିକ୍ଷେପ କରିବା ଉଚିତ ଏବଂ ମୃତ୍ୟୁ ହେବା ଯାଏଁ ବିଷାକ୍ତ କୀଟ ଓ ବିଷଧର ଜନ୍ତୁଙ୍କ ଦ୍ୱାରା ଦଂଶନ କରାଇବା ଉଚିତ ।

ଅଧିକ ପଢ଼ନ୍ତୁ: Special Story: ସାଧାରଣ ଜନତାଙ୍କ ଆନ୍ଦୋଳନ, ଡାକ୍ତରଙ୍କ ପ୍ରତିବାଦ; ମମତା ଆଣିବେ ‘ରାତିର ସାଥୀ’...

OTV is now on Whatsapp

Join and get latest news update delivered to you via whatsapp

Join Now