• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

ଗୋବିନ୍ଦ ସାହୁର କୋଭିଡ୍ ପରୀକ୍ଷା
ଧରାପଡ଼ିବା ପୂର୍ବରୁ ଗୋବିନ୍ଦର କେମିତି ହେଲା କୋଭିଡ୍ ଟେଷ୍ଟ?

ଟିଟିଲାଗଡ଼ ଏସଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଛି, ତେବେ ମେଡିକାଲ୍ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି।

Sex Racket in Bhubaneswar
କନ୍ସଲଟାନ୍ସି ନାଁରେ ଚାଲୁଥିଲା ସେକ୍ସ ରାକେଟ

କନସଲଟାନ୍ସି ନାଁରେ ସେକ୍ସ ରାକେଟ ଚାଲୁଥିବା ଜଣାପଡ଼ିଛି। ସାମନାରେ କନସଲଟାନ୍ସି ନାଁରେ ଅଫିସ ଆଉ ଭିତରେ ଚାଲୁଥିଲା ସେକ୍ସ ରାକେଟ। ଝିଅଙ୍କୁ ଚାକିରୀ କରାଇଦେବା ନାଁରେ ସେକ୍ସ କାରବାରରେ ନିୟୋଜିତ କରାଯାଉଥିଲା।

Lady Teacher Murder Mystery
ରୁମ୍‌ ନମ୍ବର ୨୦ ଖୋଲିବ ମମିତା ହତ୍ୟା ପଛର ଗୁମର !

ପୂର୍ବରୁ ଏହି ରୁମ୍‌ରେ ରହୁଥିବା ଦୁଇ ଅନ୍ତେବାସିନୀଙ୍କୁ ଡାକି ପୋଲିସ ଜେରା କରିଥିବା ବେଳେ, ଶନିବାର ଦିନ ଲେଡିଜ୍ ହଷ୍ଟେଲ୍‌ରେ ପଶି ତଦନ୍ତ କରିଛି। ଉଭୟ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ଏସପି ହଷ୍ଟେଲ ଭିତରେ ପଶି ତଦନ୍ତ କରିଥିଲେ।

Govind Sahu
ଗଣମାଧ୍ୟମକୁ ଆଢ଼ୁଆଳରେ ରଖି ଗୋବିନ୍ଦକୁ ଜେଲ୍‌କୁ ନେଲା ପୋଲିସ

ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। ଗଣମାଧ୍ୟମ ଆଢ଼ୁଆଳରେ ପୋଲିସ୍‌ ଲୁଚାଣି‌ଆ ଭାବେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା। 

ମମିତା ମେହେର ହତ୍ୟାକାଣ୍ଡ
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଘଟଣାକ୍ରମ, ସେବେଠୁ ଆଜିଯାଏ

ପୋଲିସର ତଦନ୍ତ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଧମକ ଦେଇଛନ୍ତି।ନଜର ପକାନ୍ତୁ, ଏବେ ସୁଦ୍ଧା ଘଟିଛି କଣ ?

commissioner Of Police
ଚାକିରିରୁ ତଡ଼ା ଖାଇଲେ ପ୍ରସନ୍ନ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ପରଠୁ ଚର୍ଚ୍ଚାର ଘେରକୁ ଆସିଥିବା ଏହି ହୋଟେଲ୍ ସାଉଥ୍ ସିଟିରେ ଭାଇ ନାଁରେ ଲାଇସେନ୍ସ ଆଣି ବାର୍ ଅପରେଟ୍ କରୁଥିଲା ପ୍ରସନ୍ନ। କିନ୍ତୁ ବିନା ଲାଇସେନ୍ସରେ ଏବଂ କୋଭିଡ୍ କଟକଣା ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ବାର ଚଳାଉଥିଲା।

Govind Sahu
ମମିତା ମେହେର ହତ୍ୟାକାଣ୍ଡ: ଅଭିଯୁକ୍ତ ଗୋବିନ୍ଦ ସାହୁ ନାଁରେ ଯୋଡ଼ି ହେଲା ନୂଆ ଅଭିଯୋଗ

ମଣିଷ ମରା ପରେ ଏବେ ଜମି କେଳେଙ୍କାରୀରେ ଗୋବିନ୍ଦଙ୍କ ନାଁ । ୪ କି ୫ ଡିସମିଲ ନୁହେଁ ଏକଥରେ ଏକର ଏକର ଜମି ମାଡ଼ି ବସିଛି ଗୋବିନ୍ଦ । ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି ।

Mamita Murder Case
ଗୋବିନ୍ଦଙ୍କୁ ଆଖୁ ବାଡ଼ିରେ ଧରାଇ ଦେଲା ମୋବାଇଲ୍‌ !

ଗୋବିନ୍ଦ ପୋଲିସ୍‌ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା।

Mamita Meher
ମୃତ ମମିତାଙ୍କ ବ୍ୟାଗ୍‌ ଚିହ୍ନିଲେ ପରିବାର ଲୋକେ, ମୋବାଇଲ୍‌କୁ ନେଇ କହିଲେ ଏମିତି...

ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏହା ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି।

 Woman Sold By Husband
ବିବାହର ୩ ମାସ ପରେ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ, ଫେସ୍‌ବୁକରୁ ହୋଇଥିଲା ପ୍ରେମ...

ଟଙ୍କା ପାଇଁ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ। ପ୍ରଥମେ ଫେସ୍‌ବୁକରେ ପ୍ରେମ ଆଉ ତା’ ପରେ ବାହାଘର। ବାହାଘରର ୩ ମାସ ପରେ ପତ୍ନୀଙ୍କୁ ବାହାର ରାଜ୍ୟରେ ବିକି ଦେଲା ସ୍ୱାମୀ।

NCPCR notice to bolangir SP
୫ ଦିନରେ ତଦନ୍ତ ସାର: NCPCR

ଏହା ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ(NCW) ଅଧ୍ୟକ୍ଷା ରେଖା ଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଚିଠିରେ ଲେଖିଥିଲେ।

Mamita Meher Death Case
'ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ'

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋଲତାଡ଼ ଜାରି ରହିଛି। ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍‌ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି।

superstition
ଗୁଣିଗାରେଡ଼ି ସନ୍ଦେହରେ ନିର୍ଯାତନା, ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମଳ ଖୁଆଇଲେ

ଗୁଣିଗାରେଡି ସନ୍ଦେହରେ ନିର୍ଯାତନା । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅଞ୍ଚଳର ଚଢ଼େୟାପଲ୍ଲୀ ଗାଁରେ ୪ ଜଣଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମଳ ଖୁଆଇବା ଭଳି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।

  • Saturday, 23 October 2021
Hotel Southy City
ମନୀଷ ଅନୁରାଗ ହତ୍ୟା ମାମଲା: ଗିରଫ ହେଲେ ପ୍ରସନ୍ନ-ପ୍ରଦ୍ୟୁମ୍ନ

ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଗତକାଲି ୩ ଅଟକ ବ୍ୟକ୍ତିଙ୍କୁ ଗିରଫ ଦର୍ଶାଇଲା ପୋଲିସ ।

EOW arrests For Impersonating ITDC Official
ITDC ଅଧିକାରୀ ପରିଚୟ ଦେଇ ଠକି ନେଲେ ୫୦ ଲକ୍ଷ

ନିଜକୁ ITDCର ବରିଷ୍ଠ ଅଧିକାରୀ ପରିଚୟ ଦେଇ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ଥିବା ଅଭିଯୋଗ ହୋଇଛି। ବହୁ ପୁରାତନ ନୀଳାଚଳ ଅଶୋକ ହୋଟେଲ୍‌କୁ ବିକ୍ରି ନେଇ ଏକ ଫେକ୍ ଡିଲ୍ ହୋଇଥିଲା।

Mamita Meher Father
‘ଗୋବିନ୍ଦକୁ ଫାଶି ଦିଆଯାଉ’

ମହିଳା କମିଶନ ଅଧ୍ୟକ୍ଷା ବଲାଙ୍ଗିର ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ ଓ ସମବେଦନା ଜଣାଇଥିଲେ ମହିଳା କମିଶନ ଅଧ୍ୟକ୍ଷା। ତେବେ ଦୋଷୀ ଯେପରି କଠୋର ଦଣ୍ଡ ପାଇବ ସେ ବିଷୟରେ କଥା ହୋଇଥିଲେ।

Mahaling College Ladies Hostel
ସସ୍‌ପେନ୍ସ ବଢ଼ାଉଛି ଲେଡିଜ ହଷ୍ଟେଲର ରୁମ୍ ନଂ ୨୦

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ମହାଲିଙ୍ଗ କଲେଜର ଲେଡିଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯୁକ୍ତ ୩ର ଲେଡିଜ୍ ହଷ୍ଟେଲର ଏହି ରୁମ୍‌ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଛି।

arrested
ଥାନାରେ ଗଣ୍ଡଗୋଳ ଘଟଣା: ବିଜେପି ନେତାଙ୍କ ସମେତ ୩ ଗିରଫ

ନରସିଂହପୁର ଥାନାରେ ଗଣ୍ଡଗୋଳ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ନରସିଂହପୁରର ବିଜେପି ନେତା ବିଜୟ ଦଳବେହେରା, ତାଙ୍କ ଭାଇ ଓ ସହଯୋଗୀ। ଥାନା ଗେଟ୍‌ରେ ତାଲା ପକାଇ ଲୋକମାନେ ଧାରଣା ଦେଇଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

Mamita Meher Murder Case
ବ୍ୟାଗ୍ ଓ ମୋବାଇଲ୍‌କୁ ନେଇ ଚର୍ଚ୍ଚା: କେମିତି ରାଧେ ଘରେ ପହଞ୍ଚିଲା ବ୍ୟାଗ୍ ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି। 

Scene Recreation Mamita Memer Murder
ପୋଲିସ ନିଜ ଆଡୁ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ଭିଡିଓ ପଠାଇବାର ଉଦ୍ଦେଶ୍ୟ କଣ?

ସମସ୍ତ ଦୃଶ୍ୟକୁ ରେକର୍ଡିଂ କରି ନିଜ ଆଡୁ ଗଣମାଧ୍ୟମକୁ ଦେଇଛି ପୋଲିସ। ତେବେ କ୍ରାଇମ ସିନ୍ ରିକ୍ରିଏଟ୍ ପୂର୍ବରୁ ଗଣମାଧ୍ୟମକୁ ଆଗୁୁଆ ସୂଚନା ନଦେଇ ପୋଲିସ ନିଜ ଆଡୁ ଭିଡ଼ିଓ ପଠାଇବାର ଉଦ୍ଦେଶ୍ୟ କଣ ? ଏହି ସମ୍ବେଦନଶୀଳ ଘଟଣାରେ କାହାକୁ ଘଣ୍ଟ ଘୋଡ଼ାଇବାକୁ ଅପଚେଷ୍ଟା କରାଯାଉନି ତ ?

Hotel South City
ମନୀଷ ଅନୁରାଗ ହତ୍ୟା ମାମଲା: ଖୋଲିଲା ସାଉଥ୍‌ ସିଟି ବାରର ଅସଲ ରୂପ

ମନୀଷ ଅନୁରାଗ ହତ୍ୟା ମାମଲାର ଖୋଳତାଡ଼ ବେଳେ ଖୋଲିଛି ସାଉଥ ସିଟି ବାରର ଅସଲ ରୂପ । ଆଇନ୍ କାନୁନ୍‌ର ଧଜିଆ ଉଡ଼ାଇ ବାର ଚଳାଉଥିଲେ ଜଣେ ପୋଲିସ୍ କନେଷ୍ଟବଳ । 

  • Friday, 22 October 2021
Oppn Demands Dibya Shankar’s Resignation
ମମିତା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କୁ କିଏ ଦେଉଛି ସୁରକ୍ଷା?

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ?

GOLD Seized
ଏତେ ସୁନା ! ଏତେ ଟଙ୍କା ! ଏକାଠି ଦେଖିବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ନୁହେଁ ନାମୁମ୍‌କିନ୍‌

ପ୍ରାୟ ୮ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି ପୋଲିସ । ଖୋଜ୍ଜାପଲ୍ଲୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ପରିମାଣର ସୁନା ଜବତ ହୋଇଛି ।

Hotel SouthCity
ସାଉଥସିଟି ବାର୍‌ରେ ପଡ଼ିଛି ବିଡ଼ା ବିଡ଼ା ଟଙ୍କା

ସବୁ କଟକଣାକୁ ଫୁ କରି ବିଳମ୍ବିତ ରାତିରେ ବାର୍‌ରେ ଜମୁଥିଲା ନାଚଗୀତର ଆସର। ଡିଜେର ତାଳେ ଝୁମୁଥିଲେ ଗ୍ରାହକ, ଯାହାର ଭାଇରାଲ ଭିଡିଓ ତିଛି ଦିନ ତଳେ ପ୍ରସାରଣ ହୋଇଥିଲା। ବାର୍ ଡ଼୍ୟାନ୍ସରଙ୍କ ଉପରେ କିଏ ଟଙ୍କା ଫୋପାଡୁଥିଲେ ତ ଆଉ କିଏ ନିଶାରେ ହୋଇଯାଇଥିଲେ ଚୁର୍।

South City
ମନିଷ ଅନୁରାଗ ହତ୍ୟା ମାମଲା; IICଙ୍କ ବଦଳି, ବାର ଚଳାଉଥିବା କନେଷ୍ଟବଳ ନିଲମ୍ବିତ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଭୁବନେଶ୍ୱର ସାଉଥ ସିଟି ବାର୍ ଚଳାଉଥିବା କମିଶନରେଟ୍ ପୋଲିସର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କଲେ ଡିସିପି ।