• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବଲାଙ୍ଗିର ତୁଷରା ଡବଲ ମର୍ଡର ଘଟଣାରେ ଜଣେ ଅଟକ

ବଲାଙ୍ଗିର ତୁଷରା ଡବଲ ମର୍ଡର ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି । ଅଭିଯୁକ୍ତର ନାଁ ହେଲା ଜଗନ୍ନାଥ ମେହେର । ଘରୋଇ କଳିକୁ ନେଇ ଖୁଡ଼ି ଓ ଜେଜେମାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି ।

ଗତକାଲି ଅମ୍ବିକା ମେହେର ଓ ତାଙ୍କ ଶାଶୁଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଥିଲା । ଉଭୟଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ମୃତକ ଅମ୍ବିକା ମେହେରଙ୍କ ସ୍ୱାମୀ ସୁଧାଂଶୁ ମେହେର ଓ ପୁତୁରା ଜଗନ୍ନାଥ ମେହେରଙ୍କୁ ଅଟକ ରଖି ପୋଲିସ ଜେରା କରାଯାଇଥିଲା । ରାତିରେ ସୁଧାଂଶୁଙ୍କୁ ଛାଡ଼ି ଦେଇଥିଲା ପୋଲିସ । ଏବେ ସୂଚନା ମିଳିଛି, ଶାଶୁ ବୋହୂଙ୍କୁ ଜଗନ୍ନାଥ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ।

ସୂଚନା ଅନୁସାରେ ଗତକାଲି ବଲାଙ୍ଗିର ତୁଷରା ନୂଆପଡ଼ା ଗାଁରେ ହୋଇଛି ଶାଶୁ ଓ ବୋହୂଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା ।