Advertisment

ମିଳିଲା କି ନୂଆ ସୁରାକ୍‌ ? ଅଭିଯୁକ୍ତଙ୍କୁ ନିଆଗଲା ଅଜ୍ଞାତ ସ୍ଥାନକୁ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମିଳିଲା କି ନୂଆ ସୁରାକ ?  କାରଣ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ କୌଣସି ଏକ ସ୍ଥାନକୁ କ୍ରାଇମବ୍ରାଞ୍ଚ ଟିମ୍‌ ନେଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମିଳିଲା କି ନୂଆ ସୁରାକ ?  କାରଣ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ କୌଣସି ଏକ ସ୍ଥାନକୁ କ୍ରାଇମବ୍ରାଞ୍ଚ ଟିମ୍‌ ନେଇଥିବା ଜଣାପଡ଼ିଛି। ୨ଟି ଗାଡ଼ିରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଅଭିଯୁକ୍ତମାନଙ୍କୁ ନିଆଯାଇଛି। 

Advertisment

ହେଲେ ୪ ଅଭିଯୁକ୍ତଙ୍କୁ କେଉଁଆଡ଼େ ନିଆଯାଇଛି, ତାହା ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ। କୌଣସି ଏକ ନୂଆ ସୁରାକ ପାଇ ସ୍ପଟ୍‌କୁ କ୍ରାଇମବ୍ରାଞ୍ଚ ନେଇଥିବା ସୂଚନା ମିଳିଛି।  ଆଜି କ୍ରାଇମ ସିନ୍ ରିକ୍ରିଏସନ୍ ହେବନି ବରଂ ଆସନ୍ତାକାଲି ହେବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ସୂଚନା ମିଳିଛି।

‘ସମ୍ପୂର୍ଣ୍ଣ’ ନ୍ୟୁଜ୍‌ ପୋର୍ଟାଲ୍‌ର ମାଲିକାଣୀ ତଥା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛି ତଦନ୍ତକାରୀ ସଂସ୍ଥା। ଏହାସହ ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଞ୍ଜନ ନାୟକ ଓରଫ୍ ରାଜ୍‌ଙ୍କୁ ବି ମାମଲା ସମ୍ପର୍କିତ ଏକାଧିକ ପ୍ରଶ୍ନ କରି ହତ୍ୟା ପଛର ପ୍ରକୃତ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍।

Advertisment

ମାନସଙ୍କୁ ଅପହରଣ ପରେ ହତ୍ୟାଠୁ ଆରମ୍ଭ କରି ମୃତଦେହକୁ ନଷ୍ଟ କରିବା ପର୍ଯ୍ୟନ୍ତ କେଉଁ ଅଭିଯୁକ୍ତଙ୍କର କଣ ଥିଲା ଭୂମିକା, ସେନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ। ପ୍ରତ୍ୟକ୍ଷଦର୍ଶୀ ଏବଂ ଅଭିଯୁକ୍ତଙ୍କଠୁ ମିଳିଥିବା ତଥ୍ୟକୁ ଆଧାର କରି ରହସ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଉଦ୍ୟମ ଚଳାଇଛି। ମାନସ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି। ଏହି ୫ ଦିନ ଭିତରେ ମାନସ ମୃତ୍ୟୁ ସମ୍ପର୍କରେ ସମସ୍ତ ତଥ୍ୟ ଓଗାଳିବାକୁ ତଦନ୍ତକାରୀ ସଂସ୍ଥା ଚେଷ୍ଟା କରୁଛି। 

Cameraman Manas Swain Manas Swain Murder Case Sarmistha Rout Cameraman Manas Swain Murder Case
Advertisment
Advertisment