• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମିଛ କହୁଥିଲା ରସିକିଆ ଡାକ୍ତର । ଠକ ଡାକ୍ତର ରମେଶ ସ୍ୱାଇଁ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ମିଛ କହିଥିବା ଜଣାପଡ଼ିଛି । ପଲିଗ୍ରାଫ୍ ଟେଷ୍ଟ ବେଳେ, ପଚରା ଯାଇଥିବା ୭୦ ପ୍ରଶ୍ନରୁ ୫୦ଟିର ଉତ୍ତର ମିଛ କହିଥିଲା ରମେଶ ସ୍ୱାଇଁ । ଏଣୁ ସତ ଓଗାରିବାକୁ ପୁଣି ରମେଶ ସ୍ୱାଇଁଙ୍କୁ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ ।

ରମେଶଙ୍କୁ ଜାଲି କାଗଜପତ୍ର ତିଆରିରେ ସହଯୋଗ କରୁଥିବା ବିଶ୍ୱରଞ୍ଜନଙ୍କୁ ମଧ୍ୟ ରିମାଣ୍ଡରେ ଆଣିଛି ପୋଲିସ । ଉଭୟଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିବା ବେଳେ, ୫ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ତେବେ ଏଯାବତ ୫ ଥର ରିମାଣ୍ଡରେ ଆସିସାରିଲାଣି ରସିକିଆ ଡାକ୍ତର ରମେଶ ସ୍ୱାଇଁ । ସହଯୋଗୀ ବିଶ୍ୱରଂଜନଙ୍କୁ ପ୍ରଥମଥର ପାଇଁ ରିମାଣ୍ଡରେ ଆଣିଛି ପୋଲିସ।

ବିଭିନ୍ନ ସମୟରେ ବିଭିନ୍ନ ନାଁରେ ମହିଳା, ଡାକ୍ତର, ଛାତ୍ରଛାତ୍ରୀ ଓ ବେରୋଜଗାରୀଙ୍କୁ ଠକାଇ ଆସିଛନ୍ତି ରମେଶ । ଏପରିକି ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି । ତାଙ୍କ ବିରୋଧରେ ଅନେକଗୁଡ଼ିଏ ମାମଲା ଥିବାରୁ ସେ ସବୁର ତଦନ୍ତ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ଗୋଟିଏ ପିଙ୍କ ଟିମ୍ ଗଠନ କରାଯାଇଛି । ଏହି ଟିମ୍‌ରେ ପୋଲିସ ଅଧିକାରୀ, ଲିଗାଲ୍ ଆଡଭାଇଜର, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ସାଇବର ଏକ୍ସପର୍ଟ ରହିଛନ୍ତି ।

ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଯୋଡ଼ି ହୋଇଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି କାହାଣୀ । ସେ ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍‌ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍‌ନାଲ ସିନ୍‌ ।