/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648801019.jpg)
Manas Swain Murder Case
କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ରିମାଣ୍ଡରେ ଆଣି ୪ ଜଣଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚକୁ ମିଳୁଛି ନୂଆ ନୂଆ ତଥ୍ୟ ବାହାରୁଛି । କେବଳ ମେମୋରି ଚିପ୍ ପାଇଁ ଏହି ହତ୍ୟାକାଣ୍ଡ ଘଟିନି ବରଂ ଏହା ପଛରେ ଆହୁରି କିଛି କାରଣ ଥିବା କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ମାନସ ଶର୍ମିଷ୍ଠାଙ୍କୁ ବ୍ଲାକମେଲ କରୁଥିଲେ କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲିଛି ।
ତେବେ ମାନସଙ୍କୁ ହତ୍ୟାକାରୀ ନିଶାଗ୍ରସ୍ତ ଅବସ୍ଥାରେ ପିଟିଥିବା ଅନୁମାନ କରାଯାଉଛି । ଅତ୍ୟଧିକ ମାଡ଼ ଯୋଗୁଁ ମାନସଙ୍କ ମୃତ୍ୟୁ ଘଟିଥିଲା । ରିମାଣ୍ଡରେ ଆଣି ୪ ଜଣଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ଏହି ସୂଚନା ପାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ଆବଶ୍ୟକ ପଡ଼ିଲେ ଏହି ୪ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ ।
ସେପଟେ ଭୁବନେଶ୍ୱର ଦୟାଲ ଆଶ୍ରମରେ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କରୁଛି କ୍ରାଇମ ବ୍ରାଞ୍ଚ । ମାନସ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମକୁ ଆଣି ତଦନ୍ତ କରୁଛି । ଆଶ୍ରମ ଭିତରେ ମାନସଙ୍କୁ କିପରି ହତ୍ୟା କରାଗଲା, ତାହାର ଡେମୋ ଦେଖାଉଛନ୍ତି ଶର୍ମିଷ୍ଠା ।
ହତ୍ୟାରେ ବ୍ୟବହୃତ ହତିଆର ଓ ସାମଗ୍ରୀ କେଉଁଠି ଫିଙ୍ଗିଛନ୍ତି ତାହା କ୍ରାଇମବ୍ରାଞ୍ଚକୁ ଦେଖାଇଉଛନ୍ତି । ଶର୍ମିଷ୍ଠା ଏହା ପୂର୍ବରୁ ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ପ୍ରଥମେ ଚାନ୍ଦବାଲିର ପଳାଶପୁରରେ ପହଞ୍ଚିଥିଲେ । ସେଠାରେ ମାନସ ଯେଉଁ ବିବାହର ସୁଟିଂ ପାଇଁ ଯାଇଥିଲେ ଓ ଯେଉଁ ଜାଗାରୁ ମାନସଙ୍କୁ ଅପହରଣ କରାଯାଇଥିଲା, ସେହି ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା । ପାଖରେ ଥିବା ବଧିମୁହାଁ ସାହିର ଦୋଳ ମଣ୍ଡପରେ ସେମାନେ ବସିଥିଲେ ।
ସେଇଠି ବସି ମାନସଙ୍କୁ ଅପହରଣ କରିବା ଲାଗି ଷଡଯନ୍ତ୍ର କରିଥିଲେ ବୋଲି ଶର୍ମିଷ୍ଠା କହିଥିବା କୁହାଯାଇଛି । ପରେ ପୁଣି ତାଙ୍କୁ ମାନସଙ୍କ ମୃତଦେହ ଫିଙ୍ଗା ଯାଇଥିବା ନୟାଗଡ଼ ଜିଲ୍ଲା ରଣପୁରର ସେହି ସ୍ଥାନକୁ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)