Sand Mafia Tries To Mow Down Dasrathpur Tehsildar
ଗାଡ଼ି ମଡ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀଙ୍କୁ ଗାଡ଼ି ମଡ଼ାଇ ବାଲି ମାଫିଆ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୌଭାଗ୍ୟବଶତଃ, ସାଇଡ୍ ହୋଇଯିବାରୁ ତହସିଲଦାର ବଞ୍ଚି ଯାଇଛନ୍ତି।
ସୂଚନାଥାଉ କି, ଦୁଇ ଦିନ ପୂର୍ବେ କସପା ପଞ୍ଚାୟତର ପଲ୍ଲାସାହି ଘାଟରୁ ବାଲି ଚୋରି ହେଉଥିବା ନେଇ ଅଭିେଯୋଗ ହୋଇଥିଲା। ଖବର ପାଇ ତହସିଲଦାର ଚଢ଼ଉ ପାଇଁ ଯାଇଥିଲେ। ତେବେ କିଛି ଟ୍ରାକ୍ଟର ଖସି ପଳାଇଥିବାବେଳେ ଗୋଟିଏ ଟ୍ରାକ୍ଟର ଧରା ପଡ଼ିଥିଲା। ହେଲେ ଘଟଣାସ୍ଥଳରୁ ଡ୍ରାଇଭର ଖସି ପଳାଇଥିଲେ।
ଗାଡ଼ି ମାଲିକକୁ ଗାଡ଼ି ଥାନାକୁ ନେବା ଲାଗି ତହସିଲଦାର କହିଥିଲେ। ଗାଡ଼ି ଥାନାକୁ ନେବା ପରିବର୍ତ୍ତେ ଗାଡ଼ି ମାଲିକ ଟ୍ରାକ୍ଟରକୁ ତହସିଲଦାରଙ୍କ ଉପରେ ମଡ଼ାଇ ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତହସିଲଦାର ଘୁଞ୍ଚି ଯାଇ ନଦୀ ଭିତରକୁ ପଶି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)