/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658292119.jpg)
Special story
ଡ୍ୟୁଟି କରୁଥିବା ପୋଲିସ୍ ଅଧିକାରୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା । ଜଣଙ୍କ ପରେ ଜଣେ ପୋଲିସ୍ କର୍ମୀ ବଳି ପଡ଼ୁଛନ୍ତି । କାଲି ଖଣି ମାଫିଆ ଆଉ ଆଜି ପିକ୍ ଭ୍ୟାନ୍ ଡ୍ରାଇଭର୍ । ହରିୟାଣା ପରେ ବର୍ତ୍ତମାନ ଝାଡଖଣ୍ଡର ରାଞ୍ଚି ଜିଲ୍ଲାରେ ଗାଡି ଯାଞ୍ଚ ସମୟରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଜାଣିଶୁଣି ଗାଡ଼ି ମଡ଼ାଇ ଦେଇଛି ପିକଅପ୍ ଭ୍ୟାନ୍ ଡ୍ରାଇଭର । ଗାଡ଼ିଟି ଏତେ ଜୋରରେ ଇନ୍ସପେକ୍ଟର ସାନ୍ଧ୍ୟା ଟପ୍ନୋଙ୍କୁ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଅପରାଧ ଘଟାଇ ଅଭିଯୁକ୍ତ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଏବେ ଅଭିଯୁକ୍ତକୁ ଖୋଜୁଛି ।
ରାଞ୍ଚି ଜିଲ୍ଲାର ତୁପୁଦାନା ଅଞ୍ଚଳର ଏହି ଘଟଣା ଘଟିଛି । ୨୦୧୮ ବ୍ୟାଚର ପୋଲିସ୍ SI Sandhya Topno ଆଜି ସକାଳ ୩ଟାରେ ଗାଡି ଯାଞ୍ଚ କରୁଥିଲେ । ଏହି ସମୟରେ ସେ ଏକ ପିକଅପ୍ ଭ୍ୟାନ୍ ଅଟକାଇବାକୁ ସଙ୍କେତ ଦେଇଥିଲେ । କିନ୍ତୁ ଡ୍ରାଇଭର ଗାଡ଼ି ଅଟକାଇବା ପରିବର୍ତ୍ତେ ଗାଡିର ବେଗ ବଢ଼ାଇ ମହିଳା ଇନ୍ସପେକ୍ଟରଙ୍କୁ ଦଳି ଦେଇଥିଲା । ଏହି ଘଟଣାରେ ମହିଳା ପୋଲିସ ଅଧିକାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିସହିତ ଅଭିଯୁକ୍ତ ପିକଅପ୍ ଭ୍ୟାନ୍ ଡ୍ରାଇଭର ଗାଡି ସହିତ ଖସି ପଳାଇଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଥାନା ପ୍ରଭାରୀଙ୍କ ସମେତ ଏକ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଇନ୍ସପେକ୍ଟରଙ୍କ ମୃତଦେହ ଉଦ୍ଧାର କରିଛି । ପୋଲିସ ବର୍ତ୍ତମାନ ଅଭିଯୁକ୍ତ ଡ୍ରାଇଭରକୁ ଖୋଜିବା ଆରମ୍ଭ କରିଛି । ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ଅନୁସନ୍ଧାନ କରୁଛି । ସିସିଟିଭି ଫୁଟେଜ ଜରିଆରେ ଖୁବ ଶୀଘ୍ର ଅପରାଧୀ ଡ୍ରାଇଭର୍ ଧରାପଡ଼ିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଉଛି ।
ଗତକାଲି ମଧ୍ୟ ଏପରି ଏକ ଘଟଣା ଘଟିଥିଲା । ହରିୟାଣାରେ ଡିଏସ୍ପିଙ୍କୁ ଡମ୍ପର ଚଢାଇ ହତ୍ୟା କରିଥିଲେ ଖଣି ମାଫିଆ । ଆରାବଳୀ ପର୍ବତରେ ବେଆଇନ୍ ଖନନ ଏବଂ ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ ଡିଏସ୍ପି ସୁରେନ୍ଦ୍ର ସିଂ ବିଷ୍ଣୋଇ । ସେହି ସମୟରେ ବେଆଇନ୍ ଭାବେ ଡମ୍ପରରେ ପଥର ଚାଲାଣ କରୁଥିଲେ ମାଫିଅ । ଡିଏସପି ବିଷ୍ଣୋଇ ଗାଡି ଅଟକାଇବାକୁ ଉଦ୍ୟମ କରିଥିଲେ । ଏପରିକି ସାହସର ସହ ଗାଡି ଆଗକୁ ଆସି ଡ୍ରାଇଭରକୁ ରୋକିବାକୁ କହିଥିଲେ । ହେଲେ ରୋକିବା ବଦଳରେ ସୁରେନ୍ଦ୍ରଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିଲା ଡ୍ରାଇଭର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)