Advertisment

ସ୍ତ୍ରୀ ଗର୍ଭବତୀ, ସ୍ୱାମୀ ଫେରାର !

ଥାନାରେ ସମାଧାନ ହେବାପରେ ଉଭୟ ପୁଣି ଏକାଠି ରହିଥିଲେ। କିନ୍ତୁ ଏ ସମ୍ପର୍କ ବେଶୀ ଦିନ ତିଷ୍ଠିଲାନି..

author-image
Chandan Shishu
Husband Flees

Husband Flees

ପ୍ରଥମେ ଫେସବୁକରୁ ପ୍ରେମ ଆଉ ତାପରେ ମନ୍ଦିରରେ ବାହାଘର। ସ୍ୱାମୀ ସ୍ତ୍ରୀ ହୋଇ ରହିଥିଲେ। ହେଲେ ସ୍ତ୍ରୀ ଜାଣିନଥିଲେ ଯେ ଯିଏ ତାଙ୍କୁ ହାତ ଧରି ସାଥୀ ହୋଇଥିଲା, ସେ ଦିନେ ଧୋକା ଦେବ।ସ୍ୱାମୀ ଛୁ' ମାରିବା ଏବେ ସେ ପୁରା ଏକା। ସେ ଏବେ ୨ ମାସର ଗର୍ଭବତୀ। ସ୍ୱାମୀ କୁଆଡେ ଚାଲିଯିବା ପରେ ଶ୍ୱଶୁର ଘର ଲୋକ ବୋହୂକୁ ପାଖରେ ରଖିବାକୁ ଅରାଜି। ବାପଘର ଲୋକ ବି ତାଙ୍କୁ ପର କରିଦେଇଛନ୍ତି। ଏତେବଡ ଦୁନିଆରେ ସେ ଏକା କେମିତି ବଂଚିବେ ? ଏଭଳି ଅନେକ ଅସମାହିତ ପ୍ରଶ୍ନନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। 

Advertisment

ବୌଦ୍ଧ ଜିଲ୍ଲା ବଢିଗାଁର ଝୁମି ବେହେରା। ପ୍ରାୟ ବର୍ଷକ ତଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମରକେଲି ଗାଁର ଜିତୁ ଖୁରାଙ୍କ ସହ ଝୁମିଙ୍କ ଫେସବୁକରେ ପ୍ରେମ ହୋଇଥିଲା। ପରେ ଉଭୟେ ବୌଦ୍ଧ ଜିଲ୍ଲାର ଏକ ମନ୍ଦିରରେ ବାହା ହୋଇଥିଲେ। ତାପରେ ଭୁବନେଶ୍ୱରକୁ ଯାଇ ଏକାଠି ୪ ମାସ ରହିଥିଲେ। କିନ୍ତୁ ପରେ ଜିତୁ ମାଆଙ୍କ ଦେହ ଖରାପ ଥିବା କହି ଘରକୁ ଚାଲିଆସିଥିଲେ। ପରେ ନିଜ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇ ଝୁମିକୁ ତାଙ୍କ ଘରକୁ ନେଇଥିଲେ।  ରେଳ ଷ୍ଟେସନରେ ନେଇ ଛାଡିଦେଇଥିବା ନେଇ ଅଭିଯୋଗ କରିଛନ୍ତି।

ଏନେଇ ଝୁମି ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ସମାଧାନ ହେବାପରେ ଉଭୟ ପୁଣି ଏକାଠି ରହିଥିଲେ। ହେଲେ ଏକାଠି ରହିବାର ୨ ମାସ ପରେ ପୁଣି ଝୁମିକୁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ଏବେ ଝୁମି ୨ ମାସର ଗର୍ଭବତୀ। ଜିତୁକୁ ପାଇବାକୁ ଝୁମି ପ୍ରଥମେ ବୀରମହାରାଜପୁର ଥାନା ଓ ପରେ ବୌଦ୍ଧ ଓ ଆଜି ସୋନପୁର ଥାନାର ଦ୍ୱାରସ୍ଥ ହୋଇ ଆତ୍ମାହୁତିର ଧମକ ଦେଇଛନ୍ତି। 

Advertisment

ରିପୋର୍ଟ ରବିନ୍ଦ୍ର ହୋତା

Husband Flees
Advertisment
Advertisment