Advertisment

ଫ୍ରଡ୍ 'ପ୍ରିୟା ଗୁପ୍ତା' ନେଇଗଲା ୨୪ ଲକ୍ଷ ଟଙ୍କା

ଠକଙ୍କ ମାୟା ଜାଲରେ ଫସିଗଲେ ଆଇଟି ପ୍ରଫେସନାଲ୍‌। କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ଲୁଟି ନେଲା ୨୪ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଉପକଣ୍ଠ ଜଟଣୀ ଅଞ୍ଚଳରୁ।

author-image
Otv Khabar Bureau
Fraud

Fraud

ମାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜ ପାଇଁ କନ୍ୟା ଖୋଜିବାକୁ ଯାଇ ଠକିଗଲେ ଆଇଟି ଇଂଜିନିୟର । କନ୍ୟା ଲୋଭରେ ଗୋଲ୍ ହୋଇ ଯାଇଛି ୨୪ ଲକ୍ଷ ଟଙ୍କା । ଭୁବନେଶ୍ୱର ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଜଣେ ଯୁବକ । ଯୁବତୀ ଜଣକ ନିଜକୁ ବାଲେଶ୍ୱରର ଝିଅ ବୋଲି ପରିଚୟ ଦେଇ ନାଁ ପ୍ରିୟା ଗୁପ୍ତା ବୋଲି କହିଥିଲା ।

Advertisment

ଯୁବତା ଜଣକ କହିଥିଲେ କାଲିଫର୍ଣ୍ଣିଆରେ ରହି ମେଡିକାଲ ପଢୁଛି । ଦିଲ୍ଲୀ ବିମାନବନ୍ଦରରେ ୭୦ ହଜାର ୟୁକେ ପାଉଣ୍ଡ ଆଣି ଫସି ଯାଇଥିବାର ଅଭିନୟ କରିଥିଲା । ସେହି ଯୁବତୀ ଜଣକ ଟଙ୍କା ରିଲିଜ ପାଇଁ ଟଙ୍କା ମାଗିଥିଲେ । ଯୁବକ ଜଣକ ଏବଂ ବିଭିନ୍ନ କିସ୍ତିରେ ୨୪ ଲକ୍ଷ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି ।

ଜଟଣୀ ଅଞ୍ଚଳର ଜଣେ ଆଇଟି ପ୍ରଫେସନାଲ୍‌ ବିବାହ ପାଇଁ ମାଟ୍ରିମୋନି ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିଥିଲେ। ସେଠାରେ ସର୍ଚ୍ଚ କରୁଥିବା ବେଳେ ଠକ ଯୁବତୀଙ୍କ ହାବୁଡ଼ରେ ପଡ଼ିଥିଲେ। ଯୁବତୀ ଜଣକ ନିଜକୁ ବାଲେଶ୍ଵର ଜିଲ୍ଲାର ଝିଅ ବୋଲି ପରିଚୟ ଦେଇଥିଲେ। ନିଜର ନାଁ ପ୍ରିୟା ଗୁପ୍ତା କହିଥିଲେ। ସେ କାଲିଫର୍ନିଆରେ ରହି MBBS କରୁଥିବା କହିଥିଲେ।

Advertisment

ଡାକ୍ତର ବୋଲି ଭାବି ବେଶ୍‌ ଖୁସିରେ ଥିଲେ ଆଇଟି ପ୍ରଫେସନାଲ୍‌ ଯୁବକ। ତାଙ୍କ ସହିତ ଚାଲିଥିଲା ଚାର୍ଟିଂ ଓ ବାର୍ତ୍ତାଳାପ। ଯୁବକ ଜଣକ ଏକା ଗପୁନଥିଲେ, ପରିବାର ଲୋକ ମଧ୍ୟ ଯୁବତୀଙ୍କ ସହିତ କଥା ହେଉଥିଲେ। ଦୀର୍ଘ ୬ ମାସ ଧରି ଚାଲିଥିଲା ଏମିତି କଥାବାର୍ତ୍ତା। ପ୍ରିୟା ୭୦ ହଜାର UK ଡଲାର ଧରି ଭାରତ ଆସିଥିବା ବେଳେ ଦିଲୀ ବିମାନ ବନ୍ଦରରେ ଫସି ଯାଇଥିବା ଯୁବକଙ୍କୁ କହିଥିଲେ। ସେହି ଡଲାର ମୁକୁଳାଇବା ପାଇଁ ଟଙ୍କା ମାଗିଥିଲେ। ତାଙ୍କ କଥାରେ ପଡ଼ି ଯୁବକ ଜଣକ ଟଙ୍କା ଦେଇଥିଲେ। ଏମିତି ବିଭିନ୍ନ ସମୟରେ ମୋଟ୍‌ ୨୪ ଲକ୍ଷ ଟଙ୍କା ନେଇ ଠକିଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି।

Fraud Matrimonial Site
Advertisment
Advertisment