Advertisment

ବିଜେବି କଲେଜରେ ପୁଣି ରାଗିଂ ! ହଷ୍ଟେଲରୁ ଭିଡ଼ି ଆଣିଲେ, ରାସ୍ତା ଉପରେ ପିଟିଲେ !

ସେତେବେଳେ ପୋଲିସ କହିଥିଲା- ରାଂଗି ହୋଇନି, ଏବେ କଣ କରିବ?

author-image
Chandan Shishu
ଅଦ୍ୟତନ ହୋଇଛି
BJB College Ragging

BJB College Ragging

ରୁଚିକା ମହାନ୍ତିଙ୍କ ମୃତ୍ୟୁରେ ସାରା ରାଜ୍ୟ ଉଠୁଥିବା ପଡୁଥିବା ବେଳେ ବିଜେବି କଲେଜରେ ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ। ବିଜେବି କଲେଜର +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର୍ ନିର୍ଯାତନା ଦେବା ସହ ପିଟିଥିବା ଅଭିଯୋଗ ହୋଇଛି। ବଡ଼ଗଡ଼ ଥାନାରେ ସମ୍ପୃକ୍ତ ଛାତ୍ର ଓ ଅଭିଭାବକଙ୍କ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କଲେଜର ସିନିୟର ଛାତ୍ର ଆମ୍ୱେଦକର ହଷ୍ଟେଲରେ ତାଙ୍କୁ ପିଟିଥିଲେ। ଏପରିକି ତାଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି। ତେବେ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି।

Advertisment

କିଛି ଦିନ ତଳେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ। ଏନେଇ ସେ ୩ ଜଣ ସିନିୟର ଛାତ୍ରୀଙ୍କୁ ଦାୟୀ କରିଥିବା ନେଇ ସୁସାଇଡାଲ୍ ନୋଟ୍‌ରେ ଲେଖିଥିଲେ। କିନ୍ତୁ କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନଥିଲା ପୋଲିସ । ପ୍ରେସ୍‌ମିଟ୍‌ କରି ଭୁବନେଶ୍ୱର ଡିସିପି କହିଥିଲେ ଯେ କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି । ସେମିତି କିଛି ସୁରାକ ମିଳିନି, ଯେମିତି ରାଗିଂ ହୋଇଛି ବୋଲି କୁହାଯିବ।

 ଡିସିପି ଆହୁରି କହିଥିଲେଯେ, ‘ଆମେ ତଦନ୍ତ ଜାରି ରଖିଛୁ, ସବୁ ଦିଗରୁ ତଦନ୍ତ ଚାଲୁ ରହିଛି । ପୋଲିସକୁ ମାମଲା ସମ୍ପର୍କିତ ସୂଚନା ଦେବା ପାଇଁ ଆମେ ଏକ ନମ୍ବର ମଧ୍ୟ ଜାରି କରିଛୁ । କାହା ପାଖରେ କିଛି ତଥ୍ୟ ଥିଲେ, ଆମକୁ ଜଣାଇ ପାରିବେ ।’  ହେଲେ ଏଯାବତ୍‌ ରୁଚିକାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନି।

Advertisment

ସେପଟେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ନବନିର୍ମାଣ ଯୁବଛାତ୍ର ସଂଗଠନ। ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲା ଛାତ୍ର କଂଗ୍ରେସ ।

BJB College Ragging
Advertisment
Advertisment