• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ତ୍ରୀକୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ । ମା’କୁ ବଞ୍ଚାଇବାକୁ ଆସି ଜୀବନ ହାରିଲା ପୁଅ । ଉତ୍ତରପ୍ରଦେଶର ଗୋରଖପୁରରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ କାର ମଡ଼ାଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳେ ମା’ଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସି ଯାଇଥିଲା ପୁଅ । ଆଉ ସେ ଗାଡ଼ି ତଳେ ଆସି ଜୀବନ ହରାଇଛନ୍ତି । ତେବେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା ଗୁରୁତର ଆହତ ହୋଇଛନ୍ତି । ଏସମ୍ପର୍କରେ ଝିଅ ଅଭିଯୋଗରେ ବାପାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ବୁଧବାର ବିଳମ୍ବିତ ରାତିରେ ୟୁପିର ଗୋରଖପୁର ଜିଲ୍ଲାର ପିପରାଇଚ୍‌ ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ବେଲବାରରେ ପ୍ରପର୍ଟି ଡିଲର ଚୌଥି ଗୁପ୍ତାଙ୍କର ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା । ଉତକ୍ଷିପ୍ତ ହୋଇ ପ୍ରପର୍ଟି ଡିଲର ତାଙ୍କ ସ୍ତ୍ରୀ ଉପରେ କାର ଚଢ଼ାଇ ଦେଇଥିଲେ । ଏହା ଦେଖି ମା’କୁ ବଞ୍ଚାଇବା ପାଇଁ ୨୬ ବର୍ଷର ପୁଅ ମହାବୀର ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । ହେଲେ ସେ ବାପାଙ୍କ କାର୍‌ ଧକ୍କାରେ ପ୍ରାଣ ହରାଇଛନ୍ତି ।

ଏଥିରେ ଚୌଥିଙ୍କ ପତ୍ନୀ ମଞ୍ଜୁ ଗଭୀର ଭାବେ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ମହିଳା ମଞ୍ଜୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଏବେ ଚିକିତ୍ସିତ ହେଉଛନ୍ତି। ତେବେ ଘଟଣା ଘଟାଇବା ପରେ ଅଭିଯୁକ୍ତ ପଳାୟନ କରିଥିଲେ । ଅନ୍ୟପଟେ ଝିଅ କାଞ୍ଚନ ଗୁପ୍ତାଙ୍କ ଅଭିଯୋଗରେ ପୋଲିସ ଅଭିଯୁକ୍ତ ପିତାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଖୋଜିବା ଆରମ୍ଭ କରିଛି ।

ଗୋରଖପୁର ସହରର ଗିଡାରେ ଗତକାଲି ମଧ୍ୟ ଏପରି ଏକ ଦୁଃଖଦ ଘଟଣା ଘଟିଛି । ୫ ବର୍ଷର ଏକ ନିରୀହ ଝିଅ ସ୍କୁଲ ନଯିବା ଜିଦ୍‌ କରିବା ପରେ ତା’ର ମା’ ଛୁରୀ ଗରମ କରି ଶରୀରରେ ୧୭ ଥର ଚେଙ୍କ ଦେଇଥିଲା । ଏହା ପରେ ସ୍ୱାମୀଙ୍କ ଅଭିଯୋଗରେ ପୋଲିସ ପତ୍ନୀଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।