• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋରାପୁଟ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ । ବିଧାନସଭାରେ ପ୍ରସଙ୍ଗ ଉଠିବା ପରେ ଡିଇଓଙ୍କୁ ରିପୋର୍ଟ ତଲବ । ଘଟଣାର ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଡିଇଓଙ୍କୁ କଡ଼ା ନିର୍ଦ୍ଦେଶ । ଘଟଣାକୁ ନେଇ ଶିକ୍ଷକଙ୍କ ଉପରେ ଦୋଷ ଲଦିଲେ କୋରାପୁଟ ଡିଇଓ । ଶିକ୍ଷକମାନେ ଓଜନ କରି ଚାଉଳ ଗ୍ରହଣ କରିବା କଥା କହିଲେ ଡିଇଓ । ଯେହେତୁ ସେମାନେ ରିସିଭ୍ କରୁଛନ୍ତି, ଓଜନ କରି ରିସିଭ୍ କରିବା କଥା । ବ୍ଲକୱାରୀ ତଦନ୍ତ କରି ରିପୋର୍ଟ ଦେବାକୁ ବିଇଓମାନଙ୍କୁ କୁହାଯାଇଛି । CRCC ମାନଙ୍କୁ ନେଇ କମିଟି କରି ରିପୋର୍ଟ ଦେବେ ବିଇଓ । ବିଇଓମାନଙ୍କ ରିପୋର୍ଟ ପରେ ଠିକା ସଂସ୍ଥାକୁ ପଚରାଯିବ କହିଲେ ଡିଇଓ ।

ସୂଚନାଯୋଗ୍ୟ, ମିଡ୍‌ ଡେ ମିଲ୍‌ ଚାଉଳ ଲୁଟ କରାଯାଇଥବା ନେଇ ଗତକାଲିଠାରୁ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଆଜି ବିଧାନସଭାରେ ଏନେଇ ତମ୍ବିତୁଫାନ ମଧ୍ୟ ହୋଇଛି । ଆଖିରେ ଆଙ୍ଗୁଠି ଗେଞ୍ଜି ରାଜ୍ୟରେ ଚାଲିଛି ହରିଲୁଟ୍ । କିଲେ କି ବସ୍ତେ ନୁହେଁ ବାଟମାରଣା ଚାଲିଛି କୁଇଣ୍ଟାଲ କୁଇଣ୍ଟାଲ ମିଡ୍-ଡେ ମିଲ୍ ଚାଉଳ । କେମିତି ଚାଲିଛି ମହାଲୁଟ୍ ? ଆସନ୍ତୁ ଜାଣିବା । ମିଡ୍‌ ଡେ’ ମିଲ୍‌ ପାଇଁ ସ୍କୁଲ ଗୁଡ଼ିକୁ ୫୦ କିଲିଆ ଚାଉଳ ବସ୍ତା ସବୁ ଆସୁଛି । ହେଲେ କେଉଁଥିରୁ ୨ କିଲୋ ତ କେଉଁଥିରୁ ଅଢ଼େଇ କିଲୋ ଲେଖାଏଁ ଗାଏବ ।

ଏଭଳି ଅଭିଯୋଗ ପାଇବା ପରେ ସତ ପରଖିବାକୁ ଆମ ଓଡିଭି ଟିମ୍‌ ସାଙ୍ଗରେ ଏକ ଡିଜିଟାଲ୍ ଓଜନ ମାପକ ଯନ୍ତ୍ର ନେଇ ପହଞ୍ଚିଥିଲା ଜୟପୁର ସହରର ପାରାବେଡ଼ା ପ୍ରାଥମିକ ସ୍କୁଲରେ । ଆଖି ଦେଖା ତଥ୍ୟ ହାସଲ ପାଇଁ ବସ୍ତା ପରେ ବସ୍ତା ଆଣି ଓଜନ କରାଗଲା, ଅଧିକାଂଶ ଥିରେ ଚାଉଳ କମ୍ ଥିବା ଜଣାପଡ଼ିଥିଲା । ଗୋଟିଏ ୫୦ କିଲିଆ ବସ୍ତାରେ ଅଛି ୪୭ କିଲୋ ୫୬୦ ଗ୍ରାମ । ସେମିତି ଆଉ ଏକ ୫୦ କିଲିଆ ବସ୍ତାରେ ୪୮ କିଲୋ ୧୧୦ ଗ୍ରାମ୍ ରହିଥିବା ବେଳେ କେଉଁଥିରେ ୪୭ କିଲୋ ୯୫୦ ଓ ୪୮ କିଲୋ ୧୨୦ ଗ୍ରାମ ବି ରହିଛି । ବୁଝୁ ବୁଝୁ ଜଣାପଡ଼ିଲା ସ୍କୁଲରେ ଓଜନ ମାପ ଯନ୍ତ୍ର ନାହିଁ, ଦାୟିତ୍ୱରେ ଥିବା ଶିକ୍ଷକ କେବଳ ବସ୍ତା ସିଲ୍ ଦେଖି ଗଣତି କରି ରଖୁଛନ୍ତି ।

ସେମିତି ଜୟପୁର ବ୍ଲକ୍ ଅନ୍ତର୍ଗତ ଡିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡଙ୍ଗରଛିଞ୍ଚି ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ସମାନ ସ୍ଥିତି । ସବୁଠି ଶିକ୍ଷକ ଓ ସ୍କୁଲ କମିଟିଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ୱିପହରରେ ଚାଲିଥିବା ଏ ବାଟମାରଣା ସମ୍ପର୍କରେ କେହି ଅଭିଯୋଗ କରୁନାହାନ୍ତି କାହଁକି ? ପଚାରିବାରେ ଏଣେ କାଗଜପତ୍ରରେ ପିଲାଙ୍କ ମୁଣ୍ଡପିଛା ହିସାବରେ କିନ୍ତୁ ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ ସଠିକ୍ ଓଜନର ଚାଉଳ ଆସୁଛି, କିନ୍ତୁ ବସ୍ତାରେ ସେତିକି ରହୁନି । କହିବାକୁ ଗଲେ ସିଧା ପିଲାଙ୍କ ପେଟକୁ ଗୋଇଠା ।