/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658408033.jpg)
Heroin Capsule
ଆମ ଦେଶରେ ବାରମ୍ବାର ଏଭଳି ଘଟଣା ଏବେ ସାମ୍ନାକୁ ଆସୁଛି । ଅବିଶ୍ୱାସ କଲା ଭଳି ବିଭିନ୍ନ ଉପାୟରେ ଦେଶ ଭିତରକୁ ହ୍ରଗ୍ସ, ହେରୋଇନ୍, ବ୍ରାଉନ୍ ସୁଗର ଭଳି ନିଶାଦ୍ରବ୍ୟ ଆଦି ଚୋରା ଚାଲାଣ କରାଯାଉଛି । ତେବେ ପୁଣି ଏକ ଅଭିନବ ଢ଼ଙ୍ଗରେ ଦେଶ ଭିତରକୁ ହେରୋଇନ୍ ଆଣୁଥିବା ବେଳେ ବିମାନବନ୍ଦରରେ ଜଣଙ୍କୁ ଧରିଛି କଷ୍ଟମ ବିଭାଗ ।
ଉକ୍ତ ବ୍ୟକ୍ତି ଜଣକ ନିଜ ପେଟ ଭିତରେ ପାଖାପାଖି ୯ କୋଟି ଟଙ୍କାର ହେରୋଇନ୍ ଲୁଚାଇ ଆଣୁଥିଲା । ଯାହାର ଓଜନ ପ୍ରାୟ ଏକ କିଲୋ ୨୬୬ ଗ୍ରାମ ହେବ । ତାନ୍ଜାନିଆର ଏହି ବ୍ୟକ୍ତି ଚେନ୍ନାଇ ଇଣ୍ଟରନାସନାଲ ଏୟାରପୋର୍ଟରେ କଷ୍ଟମ ବିଭାଗ ହାତରେ ଧରାପଡ଼ିଛି । ତାକୁ ଅଟକ ରଖି ପଚରାଚରା କରିବା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ସେ ୧୪ ଜୁଲାଇରେ ସହରକୁ ପ୍ରବେଶ କରିଛି । ସେ ୟୁଗାଣ୍ଡାର ଏଣ୍ଟେବ୍ରୁ ଇଥୋପିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ନମ୍ବର ET335/692ରେ ଚେନ୍ନାଇରେ ପହଞ୍ଚିଥିଲା । କଷ୍ଟମ ବିଭାଗ ହାତରେ ଧରା ପଡ଼ିବା ପରେ ତା’ ପେଟରେ ଥିବା ସମସ୍ତ ହେରୋଇନ୍ ବାହାର କରାଯାଇଛି । ପେଟ ଭିତରେ ଛୋଟ ଛୋଟ କ୍ୟାପ୍ସୁଲ୍ ଦ୍ୱାରା ହେରୋଇନ୍ ଗୁଡ଼ିକ ପ୍ୟାକ୍ ହୋଇ ରହିଥିଲା ।
ସୂଚନାଯୋଗ୍ୟ, ଗତ ମେ’ ମାସରେ ମଧ୍ୟ ଚେନ୍ନାଇ କଷ୍ଟମ ବିଭାଗକୁ ଏଭଳି ଏକ ବଡ଼ ସଫଳତା ମିଳିଥିଲା । ପାଖାପାଖି ୫.୫୬ କୋଟି ଟଙ୍କାର ହେରୋଇନ୍ ଜବତ କରିଥିଲା କଷ୍ଟମ ବିଭାଗ । ଜଣକ ପେଟରୁ ହେରୋଇନ୍ର ଏଭଳି ୬୩ଟି କ୍ୟାପ୍ସୁଲ କଢ଼ାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)