Advertisment

‘ମୁକୁନ୍ଦାନନ୍ଦ ବାବାଠୁ ମୋ ଝିଅକୁ ଉଦ୍ଧାର କରନ୍ତୁ, ଦେଢ଼ ବର୍ଷ ହେଲାଣି ଝିଅକୁ ଦେଖିନି’

ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ସ୍ୱାମୀ ମୁକୁନ୍ଦାନନ୍ଦ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ବାବାଙ୍କ ଆଶ୍ରମକୁ ଗଲେ, ସେମାନେ ଝିଅ ସହ ଭେଟିବାକୁ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
Allegation Against Swami Mukundananda

Allegation Against Swami Mukundananda

ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ବନ୍ଦୀ କରି ରଖିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ ଲୋକ ଆସି ସ୍ୱାମୀ ମୁକୁନ୍ଦାନନ୍ଦଙ୍କ କବଳରୁ ଯୁବତୀଙ୍କୁ ଉଦ୍ଧାର କରିବାକୁ ଦାବି କରିଛନ୍ତି। 

Advertisment

ସୂଚନା ଅନୁସାରେ, ବ୍ରହ୍ମପୁରର ଜଣେ ଯୁବତୀଙ୍କ ବ୍ରେନ୍ ଅପରେସନ୍ ପରେ ଶରୀର ଅସୁସ୍ଥ ରହୁଥିଲା। ତେବେ ତାଙ୍କ ମା’ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ଝଡ଼ାଫୁଙ୍କା କରିବା ସହ ଝିଅର ଦେହ ଭଲ ହୋଇଯିବ ବୋଲି ଆଶ୍ରମର ଜଣେ ବ୍ୟକ୍ତି କହିଥିଲେ। ଏହାପରେ ତାଙ୍କୁ କଟକ ଜିଲ୍ଲା ବାଙ୍କି ସ୍ଥିତ ଆଶ୍ରମକୁ ନେଇଥିଲେ ଯୁବତୀଙ୍କ ମା’। ସେଦିନ ଠାରୁ ସମ୍ପୃକ୍ତ ଯୁବତୀ ଆଉ ଘରକୁ ଫେରିନାହାନ୍ତି। 

ବାବାଙ୍କ ଆଶ୍ରମକୁ ଗଲେ, ସେମାନେ ଝିଅ ସହ ଭେଟିବାକୁ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଣୁ ବାବାଙ୍କ କବଳରୁ ଝିଅକୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯୁବତୀଙ୍କ ମା’ଙ୍କ ଅଭିଯୋଗ ଆଣିଛନ୍ତି ଯେ, ‘ଦେଢ଼ ବର୍ଷ ହେଲାଣି ମୋ ଝିଅକୁ ମୁଁ ଦେଖି ନାହିଁ। ମୋ ଝିଅ ସହ ମୋତେ ଦେଖା କରିବାକୁ ଦେଉ ନାହାନ୍ତି। ମୁକୁନ୍ଦାନନ୍ଦ ବାବାଠୁ ମୋ ଝିଅକୁ ଉଦ୍ଧାର କରନ୍ତୁ। 

Advertisment

ଝିଅକୁ ଉଦ୍ଧାର ନକଲେ ଆଗାମୀ ଦିନରେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କଙ୍କ ଆଶ୍ରମ ଆଗରେ ଧାରଣାରେ ବସିବୁ ବୋଲି ଯୁବତୀଙ୍କ ମା’ କହିଛନ୍ତି। 

Swami Mukundananda
Advertisment
Advertisment