/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658388725.jpg)
Casanova doctor
ପେଶାରେ ଡାକ୍ତର କିନ୍ତୁ ନିଶା ରିଲ୍ । ପୁଣି ଏମିତି ସେମିତି ରିଲ୍ସ ନୁହେଁ ପୂରା ବୋବାଲିଆ ରିଲ୍ସ । ରିଲ୍ସରେ ଜବରଦସ୍ତ ଡାଇଲଗ୍ ସାଙ୍ଗକୁ ଆକ୍ସନ ମଧ୍ୟ ରହିଛି । ଆଉ ରିଲ୍ସରେ କହୁଛନ୍ତି 'କାଲି ଯିଏ ମତେ ଇଗନୋର୍ କରୁଥିଲା ଆଜି ସିଏ ମୋ ଗୀତରେ ରିଲ୍ କରି ଟ୍ରେଣ୍ଡିଂରେ ଅଛି' । ଆଉ ଡାକ୍ତର ବାବୁଙ୍କ ଲୁକ୍ ବି କିଛି କମ୍ ନୁହେଁ । ଆଖିରେ କଳା ଚଷମା ଦେଇ ଟାଇଟ୍ ବେନିୟନ୍ ପିନ୍ଧି ବାଇକ୍ରେ ଦେଉଛନ୍ତି ଡାଇଲଗ୍।
ଖାଲି ଗୋଟିଏ ରିଲ୍ ନୁହେଁ ବାବୁଙ୍କ ଅନେକ ରିଲ୍ସ ରହିଛି । କଥା ଜମା ସରୁନାହିଁ, କଥା ହେଲେ ମନ ଜମା ପୁରୁନାହିଁ। ଏ ଗୀତରେ ବି ଡାକ୍ତର ବାବୁ କରିଛନ୍ତି ଜବରଦସ୍ତ ଆକ୍ଟିଂ । ହଳଦିଆ ସାର୍ଟକୁ କଳା ଚଷମା ସାଙ୍ଗକୁ କାର୍ । ତାଙ୍କ ରିଲ୍ ଭିଡିଓ ଦେଖିଲେ ଆପଣ ଜମାରୁ ଜାଣିପାରିବେନି ସେ ଜଣେ ଡାକ୍ତର ବୋଲି ।
ସେ ଏମିତି ସେମିତି ଡାକ୍ତର ନୁହନ୍ତି ବରଂ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଡାକ୍ତର । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗରେ କାର୍ଯ୍ୟରତ ଅଛନ୍ତି ଡାକ୍ତର ଉମାକାନ୍ତ ଖେଜୁରିଆ । ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାକ୍ତର ଉମାକାନ୍ତଙ୍କୁ ଭିଜିଲାନ୍ସ ଧରିଥିଲା । ପରେ ତାଙ୍କୁ ଗିରଫ ମଧ୍ୟ କରାଯାଇଛି ।
ଢେଙ୍କାନାଳର ପଲିସି ହୋଲ୍ଡର୍ ନନ୍ଦିନୀ ନାୟକ ଏଲ୍ଆଇସିରେ ଏକ ବୀମା ପଲିସି କରିଥିଲେ । ତାଙ୍କର ମୃତ୍ୟୁ ପରେ ଡେଥ୍ କ୍ଲେମ୍ ପାଇଁ ନନ୍ଦିନୀଙ୍କ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ ପାଇଁ ଡାକ୍ତର ଉମାକାନ୍ତ ଲାଞ୍ଚ ମାଗିଥିଲେ। ହଜାରେ ନୁହେଁ କି ଦୁଇ ହଜାର ନୁହେଁ ବରଂ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୈକୁଣ୍ଠ । ଖବର ପାଇ ଭିଜିଲାନ୍ସ ଟିମ୍ ଅଚାନକ ଚଢ଼ାଉ କରି ଉମାକାନ୍ତଙ୍କୁ ଧରିଥିଲା । ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି।
ବୈକୁଣ୍ଠଙ୍କ ଗିରଫ ପରେ ଏବେ ସାମ୍ନାକୁ ଆସିଛି ତାଙ୍କର ରିଲ୍ ଭିଡିଓ । ଯାହାକୁ ନେଇ ପୂରା ଅଂଚଳର ବେଶ୍ ଚର୍ଚ୍ଚା ଚାଲିଛି। ଖାଲି ରିଲ୍ରେ ସୀମିତ ନଥିଲେ ବାବୁ । ବାବୁଙ୍କର ୟୁଟ୍ୟୁବ ଚ୍ୟାନେଲ ବି ଅଛି। ଆଉ ସେଥିଲେ ନନଷ୍ଟପ୍ ରିଲ୍ କରି ଅପଲୋଡ୍ କରିଛନ୍ତି ଡାକ୍ତର ବାବୁ।
ରିପୋର୍ଟର- ରାଜଶ୍ରୀ ଶତପଥୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)