ଚଳନ୍ତା ଟ୍ରେନ୍ରେ ଗୁଳିମାଡ଼। ଆଜି ସକାଳ ୫ଟାରେ ଜୟପୁର ଏକ୍ସପ୍ରେସ୍ ଟ୍ରେନ୍( (12956) ଭିତରେ RPF(Railway Protection Force) କନଷ୍ଟେବଲ୍ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରେନ୍ଟି ପାଲଘର ଅତିକ୍ରମ କରିବା ପରେ ଯାତ୍ରୀଙ୍କ ଉପରକୁ କନଷ୍ଟେବଲ ଗୁଳିମାଡ଼ କରିଥିଲେ।
କନଷ୍ଟେବଲଙ୍କ ଗୁଳିମାଡ଼ରେ ୩ ଜଣ ଯାତ୍ରୀ ଓ ଜଣେ RPF ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI)ଙ୍କ ମୃତ୍ୟୁ ହୋଇଛି। ଫାୟାରିଂ ପରେ କନଷ୍ଟେବଲ ଦହିସର ରେଲ୍ୱେ ଷ୍ଟେସନ ନିକଟରେ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ।
ଅଭିଯୁକ୍ତ କନଷ୍ଟେବଲଙ୍କୁ ଗିରଫ କରାଯିବା ସହ ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି। ଉତ୍ତର ଜିଆରପିର ଡିସିପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ଆରପିଏଫ୍ ସୂଚନା ଦେଇଛି।
An RPF constable opened fire inside a moving Jaipur Express Train after it crossed Palghar Station. He shot one RPF ASI and three other passengers and jumped out of the train near Dahisar Station. The accused constable has been detained along with his weapon. More details…