Advertisment

ଗୁଳିମାଡ଼ ପରେ ନବ ଦାସ କେଉଁ ଅବସ୍ଥାରେ ଆସିଥିଲେ ? ସନ୍ଦେହ ବଢ଼ାଇଲା OPD ଟିକେଟ୍

କେବଳ ରେଫରାଲ୍ ଛଡ଼ା OPD ଟିକେଟରେ ଉଲ୍ଲେଖ ନାହିଁ ଚିକିତ୍ସା ତଥ୍ୟ । କ୍ରାଇମବ୍ରାଞ୍ଚକୁ ସିଡିଏମଓଙ୍କ ଇଞ୍ଜୁରି ରିପୋର୍ଟ ତାରିଖକୁ ନେଇ ବି ବିଭ୍ରାନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Naba Das murder case

Naba Das murder case

ଗୁଳିମାଡ଼ ପରେ କେଉଁ ଅବସ୍ଥାରେ ମେଡିକାଲ ଆସିଥିଲେ ନବ ଦାସ ? ଅସଲରେ ଆଖି ବୁଜିଥିଲେ କେଉଁଠି ?ଗୁଳିକାଣ୍ଡ ସ୍ଥଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନା ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ? ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ର ଦୀର୍ଘ ୭ ମାସ ପରେ ଏମିତି ସନ୍ଦେହ ବଢିବାର କାରଣ OPD ଟିକେଟ୍ ।

Advertisment

ଜାନୁଆରୀ ୨୯ ମଧ୍ୟାହ୍ନ ୧୨ଟା ୩୯ ମିନିଟ୍ ରେ ଝାରସୁଗୁଡ଼ା ଡିସଟ୍ରିକ୍ଟ ହେଡକୱାର୍ଟର ହସ୍ପିଟାଲରେ ପ୍ରସ୍ତୁତ OPD ଟିକେଟ୍ ନମ୍ବର- 116050001428ରେ କେବଳ ଦୁଇ ଧାଡ଼ି ଲେଖାଯାଇଛି, ଯେଉଁଥିରେ ଉତ୍ତମ ଚିକିତ୍ସା ପାଇଁ କୌଣସି ଉଚ୍ଚତର ଚିକିତ୍ସାଳୟକୁ ହିଁ ରେଫର୍ କରାଯାଇଛି। ବାକି ଅନ୍ୟ କୌଣସି ବିଷୟରେ ଧାଡ଼ିଏ ବି ସୂଚନା ନାହିଁ।

ତାହାଲେ ଏଠି ପ୍ରଶ୍ନ -

  • ଗୁଳିମାଡ଼ ପରେ ନବ କେଉଁ ଅବସ୍ଥାରେ ଆସିଥିଲେ ?
  • ନବଙ୍କ ପଲ୍ସ ରେଟ୍ ସେତେବେଳେ କେତେ ଥିଲା ?
  • ବ୍ଲଡ୍ ପ୍ରେସର କେତେ ବାଇ କେତେ ରହିଥିଲା ?
  • ତାଛଡ଼ା ନବଙ୍କୁ ଭୁବନେଶ୍ୱର ଏୟାର ଲିଫଟିଂ ପୂର୍ବରୁ ଦୀର୍ଘ ୩୫ ମିନିଟ୍
  • ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କି ପ୍ରକାର ଚିକିତ୍ସା କରାଯାଇଥିଲା ?
Advertisment

ଯଦିଓ ମେଡିକାଲ ଏଥିକ୍ସ କହୁଛି କୌଣସି ରୋଗୀ ଡାକ୍ତରଙ୍କ ପାଖକୁ ଆସିଲେ ଏସବୁ କଥା ନିହାତି ଭାବେ ଓପିଡି ଚିଠାରେ ଉଲ୍ଲେଖ କରାଯିବା କଥା। ଯାହାଦ୍ୱାରା ରେଫରାଲ୍ ହସ୍ପିଟାଲ କର୍ତ୍ତୃପକ୍ଷ ପରବର୍ତ୍ତୀ ଚିକିତ୍ସା ତୁରନ୍ତ କରିପାରିବେ। କିନ୍ତୁ ଜଣେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ପୁଣି ଏଥିରେ ବ୍ୟତିକ୍ରମ ଘଟିଥିଲା କାହିଁକି ?

ଖାଲି ସେତିକି ନୁହେଁ ଗୁଳିକାଣ୍ଡର ୧୮ ଦିନ ପରେ ଅର୍ଥାତ୍ ଫେବ୍ରୁଆରୀ ୧୬ରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ସିଡିଏମ୍ଓଙ୍କୁ ଚିଠି ଲେଖି ଇଞ୍ଜୁରି ରିପୋର୍ଟ ମାଗିଥିଲେ । ସେ ଆଧାରରେ ଫେବ୍ରୁଆରୀ ୨୦ରେ ଉଭୟ ଓପିଡି ଟିକେଟ୍ ଓ ଇଞ୍ଜୁରି ରିପୋର୍ଟ ଦୁଇଟି ଯାକ ସିଡିଏମଓ ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରିଥିବା ଚିଠି ନମ୍ବର ୧୧୭୫ ଯୋଗେ ଅବଗତ କରାଯାଇଥିଲା।

ହେଲେ ଆଶ୍ଚର୍ଯ୍ୟର କଥା, ଓଟିଭି ହାତରେ ଲାଗିଥିବା ଦାଖଲ ଇଞ୍ଜୁରି ରିପୋର୍ଟର ନକଲରେ କିନ୍ତୁ ଡାକ୍ତରଙ୍କ ଦସ୍ତଖତ ରହିଛି ଜାନୁଆରୀ ୨୯ ଅର୍ଥାତ୍ ନବଙ୍କ ଗୁଳିକାଣ୍ଡ ତାରିଖ। ତେଣୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଏ ଗୁରୁତର ତ୍ରୁଟିରୁ ନବଙ୍କ ଗୁଳିକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରୁଛନ୍ତି ଉଭୟ ଝାରସୁଗୁଡ଼ା ବାସିନ୍ଦା ଓ ଆଇନଜୀବୀ। ତେଣେ ଏ ସମ୍ପର୍କରେ ସିଡିଏମଓଙ୍କୁ ପଚାରିବାରେ, ସେ କହିଛନ୍ତି- ଆଉଟଡୋର ଟିକେଟରେ ବ୍ୟସ୍ତତା ହେତୁ ଚିକିତ୍ସା କରିଥିବା ଡାକ୍ତର ଏସବୁ ଲେଖିନଥାଇ ପାରନ୍ତି, କିନ୍ତୁ ରେଫରାଲ୍ ଟିକେଟ୍ ରେ ବିସ୍ତୃତ ଭାବେ ସବୁ ଲେଖା ଯାଇଥିଲା।...

ସେପଟେ ମନ୍ତ୍ରୀ ନବ ଦାସଙ୍କ ଚିକିତ୍ସା ସମ୍ପର୍କିତ ବିଭ୍ରାନ୍ତିକର ଓପିଡି ଟିକେଟ୍ କୁ ନେଇ ଘେରିଛନ୍ତି ବିରୋଧୀ। ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଗୁଳିକାଣ୍ଡସ୍ଥଳରେ ହିଁ ନବଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ଏହାକୁ ଲୁଚାଇବା ପଛରେ କଣ ଷଡ଼ଯନ୍ତ୍ର ଅଛି, ସିବିଆଇ ତଦନ୍ତ କଲେ ସ୍ପଷ୍ଟ ହେବ।

ସେପଟେ କଂଗ୍ରେସ ମଧ୍ୟ ନବଙ୍କ ଗୁଳିକାଣ୍ଡକୁ ସୁପରିକଳ୍ପିତ ବୋଲି କହିବା ସହ ତାଙ୍କୁ ଭୁବନେଶ୍ୱର ଚିକିତ୍ସା ପାଇଁ ଅଣାଯିବା ଏକ ବଡ଼ ଡ୍ରାମା ବୋଲି ଦର୍ଶାଇଛି। ଜବାବରେ ବିଜେଡି କହିଛି- ଯେହେତୁ ବିରୋଧୀ ଏବେ ପ୍ରସଙ୍ଗ ଶୂନ୍ୟ, ତେଣୁ ଜଣେ ମୃତ ବ୍ୟକ୍ତିଙ୍କୁ ନେଇ ରାଜନୀତି କରୁଛନ୍ତି। ଏହା ଠିକ୍ ନୁହେଁ।....

ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡକୁ ୟା ଭିତରେ ବିତିଲାଣି ୭ ମାସ। ହତ୍ୟାକାରୀ ଗୋପାଳର ମର୍ଡର ମୋଟିଭ୍ ନେଇ କ୍ରାଇମବ୍ରାଞ୍ଚର ତଦନ୍ତ ତଥ୍ୟ ସାଧାରଣରେ ଗ୍ରହଣୀୟ ହେଉନଥିବାବେଳେ ଏବେ ଝାରସୁଗୁଡ଼ା ମେଡିକାଲର ନବଙ୍କ ତଥ୍ୟଶୂନ୍ୟ ଓପିଡି ରିପୋର୍ଟକୁ ନେଇ ବି ଉଠିଛି ଅନେକ ଅସମାହିତ ପ୍ରଶ୍ନ।...

Naba Das
Advertisment
Advertisment