/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690963469.jpg)
Archana Nag
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଖଣ୍ଡଗିରି ଥାନା ମାମାଲାରେ ରହସ୍ୟମୟୀଙ୍କୁ ମିଳିଛି ଜାମିନ । ଅର୍ଚ୍ଚନାଙ୍କ ନାଁରେ ଦାୟର ହୋଇଥିବା ମୋଟ ୩ଟି ମାମଲାରୁ ୨ଟିରେ ଜାମିନ ମିଳିଛି ।
ତେବେ ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଯୋଗାଯୋଗ କରିବା ପାଇଁ ମନା କରାଯାଇଛି । ସେହିପରି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସହ କୌଣସି ପ୍ରକାର ବୟାନବାଜି କରିବେ ନାହିଁ । ଏବେ କେବଳ ଇଡି ମାମଲାରେ ଅର୍ଚ୍ଚନା ଜାମିନ ପାଇନାହାନ୍ତି । ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏପ୍ରିଲ ୧୧ରେ ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)