Advertisment

ରାଜଧାନୀରେ ବାଇକ୍ ଚୋରି ରାକେଟର ପର୍ଦ୍ଦଫାସ୍, ୪ ଗିରଫ

୩୫ଟି ଚୋରା ବାଇକ୍ ଜବତ, ଚାବି - ଫେକ୍ ନମ୍ବର ପ୍ଲେଟ୍ ଓ ଡକ୍ୟୁମେଣ୍ଟ ସିଜ୍ । ରାଜଧାନୀର ବିଭିନ୍ନ ମଲ୍, ହାଟ ଓ ମାର୍କେଟ୍ ଏରିଆରୁ ଚୋରି କରୁଥିଲେ ବାଇକ୍ ।

author-image
Prangyan Parimita
ଅଦ୍ୟତନ ହୋଇଛି
Bike Theft Gang

Bike Theft Gang

ରାଜଧାନୀର ବିଭିନ୍ନ ମଲ୍, ହାଟ, ମାର୍କେଟ୍ ଏରିଆରୁ ବାଇକ୍ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କଠାରୁ ୩୫ ଟି ଚୋରି ବାଇକ ଜବତ କରାଯାଇଥିବା ବେଳେ ବହୁ ବାଇକ ଚାବି, ଫେକ୍ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଓ ଗାଡ଼ିର ଜାଲ୍ କାଗଜପତ୍ର ଜବତ କରାଯାଇଛି। ଏସବୁ ବାଇକକୁ ବିଭିନ୍ନ ଜିଲ୍ଲାରେ ଏମାନେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ଭାବେ ବିକ୍ରି କରୁଥିଲେ।...

Advertisment

ଚୋରା ଗାଡିରେ ଜାଲ୍ କାଗଜ ପତ୍ର ସହ ନକଲି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ମାର୍କେଟରେ ସେକେଣ୍ଡ ହ୍ୟାଣ୍ଡ ବାଇକ ନାଁରେ ବିକ୍ରି କରାଯାଉଥିଲା। ଗ୍ୟାଙ୍ଗର ୪ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୩୫ଟି ଚୋରି ବାଇକ ଜବତ କରାଯାଇଛି। ଖାଲି ଏତିକି ନୁହେଁ ୪୦ଟି ଫେକ୍ ହାଇସିକ୍ୟୁରିଟି ନମ୍ବର ପ୍ଲେଟ, ୭ଟି ଫେକ୍ RC ସ୍ମାର୍ଟକାର୍ଡ ଓ ବହୁ ଡୁପ୍ଲିକେଟ୍ ଚାବି ଜବତ ହୋଇଛି ଗ୍ୟାଙ୍ଗଠାରୁ।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଅଞ୍ଚଳର କ୍ରିଷ୍ଣା ଦାସ, ପ୍ରଭାତ କୁମାର ନାୟକ, ରମେଶ ପୃଷ୍ଟି ଓ କନ୍ଧମାଳର ଛିକୁଣ୍ଟା ନାୟକ। ରାଜଧାନୀର ବିଭିନ୍ନ ଆଞ୍ଚଳରୁ ବାଇକ ଚୋରି କରିବା ପରେ ସେଗୁଡ଼ିକୁ ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲେ।

ଏହି ଗ୍ୟାଙ୍ଗର ଚୋରି ତରିକା କିଛି ଏଭଳି ଥିଲା। ଦୁଇଜଣ ଏକ ବାଇକରେ ସାଙ୍ଗ ହୋଇ ଆସନ୍ତି। ଆଉ ବାଇକ୍ ଚୋରି କରି ଅଲଗା ଅଲଗା ହୋଇ ଫେରାର ହୋଇଯାଆନ୍ତି।ଯାହାର ଭିଡିଓ ପୋଲିସ ହାତରେ ଲାଗିବା ପରେ ଗ୍ୟାଙ୍ଗର ପତ୍ତା ପାଇଥିଲା ପୋଲିସ। ରାଜଧାନୀରୁ ବାଇକ ଚୋରି କରିବା ପରେ ସେଥିରେ ଏମାନେ ଫେକ୍ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଉଥିଲେ। ଆଉ ଜାଲ କାଗଜପତ୍ର ପ୍ରସ୍ତୁତ କରାଯିବା ପରେ ସେଗୁଡ଼ିକୁ କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲେ। ୮୦ରୁ ଅଧିକ ବାଇକ୍ ଚୋରି କରିଥିବା ଏହି ଗ୍ୟାଙ୍ଗକୁ ଅଧିକ ପଚରା ଉଚରା କରିବା ପାଇଁ ରିମାଣ୍ଡରେ ଆଣିବ କ୍ୟାପିଟାଲ ଥାନା ପାଲିସ।

Advertisment
Advertisment