• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାରା ଦେଶରେ ବୃଦ୍ଧି ପାଇଛି ଟମାଟୋ ଦର । ମାତ୍ର କିଛି ଦିନ ମଧ୍ୟରେ ଟମାଟୋ ଦର ହୁହୁ ହୋଇ ବାଢ଼ିବାରେ ଲାଗିଛି । ଏମିତି କି କେତେକ ସ୍ଥାନରେ ଟମାଟୋ ଦର କେଜି ପ୍ରତି ୨ଶହ ଟଙ୍କା ପାର୍‌ ହେଲାଣି । ଟାମାଟୋ ଦରକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଥିବାବେଳେ ଅନେକ ଖବର ମଧ୍ୟ ସାମ୍‌ନାକୁ ଆସୁଛି । ଆଉ ବର୍ତ୍ତମାନ ଏପରି ସମୟରେ ଏକ ଟମାଟୋ ବୋଝେଇ ଟ୍ରକ୍‌ ରାସ୍ତାରୁ ଗାଏବ୍‌ ହୋଇଯାଇଛି ।

କର୍ଣ୍ଣାଟକ ପୋଲିସର ସୂଚନାନୁସାରେ ୨୧ ଲକ୍ଷ ଟଙ୍କାର ଟମାଟୋ ନେଇ ଆସୁଥିବା ଏକ ଟ୍ରକ୍‌ ନିଖୋଜ ହୋଇଯାଇଛି । ଯାହାର ପତ୍ତା ମିଳୁନାହିଁ ।  ଟ୍ରକ୍‌ଟି କର୍ଣ୍ଣାଟକର କୋଲାରରୁ ରାଜସ୍ଥାନର ଜୟପୁରକୁ ଯାଉଥିଲା । ଟ୍ରକ୍‌ରେ ପ୍ରାୟ ୨୧ ଲକ୍ଷ ଟଙ୍କା ମୂଲ୍ୟର ଟମାଟୋ ରହିଥିଲା । କୋଲାର ମେହେଟା ଟ୍ରାନ୍ସପୋର୍ଟର ମାଲିକାନାରେ ଥିବା ଏହି ଟ୍ରକ ଜୁଲାଇ ୨୭ ତାରିଖରେ ଆସୁଥିବାବେଳେ ଗାଏବ୍‌ ହୋଇଯାଇଛି ।

କୋଲାରରେ ଥିବା ମଣ୍ଡି ମାଲିକ ଏନେଇ ଥାନାରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଟ୍ରକ୍‌ ଡ୍ରାଇଭର ସହ ଯୋଗାଯୋଗ ହୋଇପାରିନାହିଁ । ତେଣୁ ଟମାଟୋ ଟ୍ରକ୍‌ଟିକୁ କିଛି ଦୁର୍ବୃତ୍ତ ଚୋରି କରିନେଇଥିବା ପୋଲିସ ଅନୁମାନ କରୁଛି ।

ପୂର୍ବରୁ ମଧ୍ୟ କର୍ଣ୍ଣାଟକ ହାସନ ଜିଲ୍ଲାର କିଛି ଲୋକ ଏକ ଚାଷ ଜମିରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି କରି କରିନେଇଥିବା ଅଭିଯୋଗ ହୋଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now